ନୂଆଦିଲ୍ଲୀ: ବୁଲନ୍ଦସର ଘଟଣାକୁ ନେଇ ଏକ ସାକ୍ଷାତକାରରେ ନିଜର ମତ ରଖିଥିଲେ ବଲିଉଡ୍ ଅଭିନେତା ନସିରୁଦ୍ଦିନ୍ ଶାହା । ସେ ଦେଇଥିବା ବିବାଦୀୟ ବୟାନକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖା ଯାଇଥିଲା । ଏବେ ଭାରତରେ ରହିବାକୁ ଡ଼ର ଲାଗିଲାଣି । ମୋତେ ମୋ ପିଲାମାନଙ୍କ ପାଇଁ ଚିନ୍ତା ଲାଗୁଛି ବୋଲି ନସିରୁଦ୍ଦିନ ଶାହା ମତ ଦେବା ପରେ ତାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଉତ୍ତରପ୍ରଦେଶର ନବନିର୍ମାଣ ସେନାର ପ୍ରମୁଖ ଅମିତ୍ ଜାନି ଶାହାଙ୍କ ଘରକୁ ପାକିସ୍ତାନର ଟିକେଟ ପଠାଇ ତାଙ୍କୁ ପାକିସ୍ତାନ ଯିବା ପାଇଁ କହିଥିବା ଦେଖା ଯାଇଥିଲା । ତେବେ ଶାହାଙ୍କୁ ଚାରିଆଡ଼ୁ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ତାଙ୍କୁ ସମର୍ଥନ କରିଛନ୍ତି ଅଭିନେତା ରିଚା ଚଡ୍ଡା ।
People ask actors why they don’t speak out... well, cuz this happens when they do ! Actors are tax-paying voters ... they have every right to express. https://t.co/F5LqXP4KB7
— TheRichaChadha (@RichaChadha) 22 December 2018
ଲୋକମାନେ କଳାକାରମାନଙ୍କୁ ପଚାରନ୍ତି କି,"ଆମେମାନେ କୌଣସି ବିଷୟରେ ଖୋଲା ଖୋଲି ଭାବରେ କ’ଣ ପାଇଁ କିଛି କହୁନାହୁଁ । କିନ୍ତୁ ସତ କଥା ହେଲା,ଯେତେବେଳେ ଆମେ କୌଣସ ବିଷୟରେ ମତ ରଖୁ, ଏଭଳି ପରିସ୍ଥିତି ସୃଷ୍ଟି ହୁଏ । ଯାହା ନସିରୁଦ୍ଦିନ ସାର୍ଙ୍କ ସହ ଘଟୁଛି । କଳାକାରମାନେ ବି କର ଦେଉଛନ୍ତି । ସେମାନଙ୍କର ବି ମତ ରଖିବାର ଅଧିକାର ରହିଛି" ବୋଲି ଲେଖି ଟୁଇଟ୍ କରିଥିଲେ ରିଚା ।
“Hamara ghar hai, kaun Nikaal sakta hai hamey yahaan sey!!!!” More power to you #NaseeruddinShah sir ❣️ https://t.co/fmsG52PIE4
— Swara Bhasker (@ReallySwara) 20 December 2018
କେବଳ ରିଚା ନୁହନ୍ତି, ଅଭିନେତ୍ରୀ ସ୍ୱରା ଭାସ୍କର ମଧ୍ୟ ନସିରୁଦ୍ଦିନ୍ ଶାହାଙ୍କୁ ସମର୍ଥନ କରିଥିବା ଦେଖା ଯାଇଥିଲା ।" ଏଇଟା ଆମ ଘର, ଆମ ଘରୁ ଆମକୁ ରହିବାକୁ କିଏ ଅଟକାଇ ପାରିବ" ବୋଲି ଟୁଇଟ୍ କରି ନସିରୁଦ୍ଦିନ ଶାହାଙ୍କୁ ସମର୍ଥନ ଜଣାଇଥିଲେ ସ୍ୱରା ।