ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୟା ଭିତରେ ଅନେକ ଦିନ ବିତି ଯାଇଥିଲେ ବି ଏବେ ମଧ୍ୟ ତାଙ୍କ ସଂପର୍କିତ ଅନେକ ଟିକ୍ନିକ୍ ଖବର ସାମ୍ନାକୁ ଆସିବାରେ ଲାଗିଛି। ଖାଲି ସେତିକି ନୁହେଁ, ସୁଶାନ୍ତଙ୍କ ଆତ୍ମହତ୍ୟା ପରେ ଅନେକ ଜଣ ପରସ୍ପର ସହ ଯୁକ୍ତିତର୍କ କରି କଳି ଲାଗୁଥିବାର ଦୃଶ୍ୟ ବି ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି।
ନିକଟରେ ଅଭିନେତ୍ରୀ ରିଚା ଚଢ଼ାଙ୍କର ଜଣେ ଟ୍ବିଟର୍ ବ୍ୟବହାରକାରୀଙ୍କ ସହ ଯୁକ୍ତି ଲାଗିଥିବାର ଏକ ଟ୍ବିଟ୍ ସାମ୍ନାକୁ ଆସିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ କାହିଁକି ଚୁପ୍ ଅଛନ୍ତି ବୋଲି ଜଣେ ବ୍ୟବହାରକାରୀ ପଚାରିଥିବା ପ୍ରଶ୍ନର ଉତ୍ତ୍ୟେକ୍ତପୂର୍ଣ୍ଣ ଜବାବ ଦେଇଛନ୍ତି ରିଚା।
news.abplive.comବ୍ୟବହାରକାରୀ ଜଣକ ଲେଖିଛନ୍ତି, ‘ତୁମ ଭଳି ଲୋକମାନେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏତେ ଚୁପ୍ କାହିଁକି ଅଛନ୍ତି? ଯଦି ଏପରି ନିଜ ସହ ଘଟିଥାନ୍ତା ତାହାଲେ ବି କ’ଣ ତୁମେମାନେ ଏହି ପରି ଚୁପ୍ରହିଥାନ୍ତ?’
ଏହାର ଉତ୍ତରରେ ରିଚା ଲେଖିଛନ୍ତି, ‘ବାସ୍ତବରେ କିପରି ଆମେ ଚୁପ୍ ରହିପାରୁଛୁ ଯେ? ତୁମେ କେତେ ସାହସୀ ଯେ ଏପରି ପରାମର୍ଶ ଦେଇପାରିଲ! ତୁମକୁ ଜଣା ଅଛି କି ନାହିଁ ପୁଲିସ୍ ଘଟଣାର ତଦନ୍ତ କରୁଛି ଓ ସମସ୍ତେ ଏହାକୁ ନେଇ ସହଯୋଗ କରୁଛନ୍ତି।’ ଏହା ବ୍ୟତୀତ ସେ ବ୍ୟବହାରକାରୀଙ୍କ ଉଦେଶ୍ୟରେ ଆହୁରି ଅନେକ ଅପମାନଜନକ କଥା ଲେଖି ରାଗ ଭରା ଟ୍ବିଟ୍ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/11_07_2020-sushant_20498480.jpg)