ମା’ ହେବାକୁ ଚାହାନ୍ତି ନାହିଁ ବଲିଉଡ୍‌ ଅଭିନେତ୍ରୀ ରିଚା ଚଢ଼ା,ଏଭଳି ନିଷ୍ପତ୍ତି ପଛରେ ରହିଛି ଦେଶରେ ଘଟୁଥିବା ଏକ ବଡ଼ କାରଣ

ମୁମ୍ବାଇ : ସବୁବେଳେ ଭିନ୍ନ ଭିନ୍ନ ଘଟଣାକୁ ନେଇ ଭିନ୍ନ ମତ ରଖି ଆସିଛନ୍ତି ରିଚା ଚଢ଼ା । ଫିଲ୍ମରେ ମଧ୍ୟ ତାଙ୍କର ଅଭିନୟର ଶୈଳୀକୁ ଦର୍ଶକେ ପସନ୍ଦ କରିଥିବା ବେଳେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ରିଚା । ବିଗତ ଅତୀତରେ ସେ ଅନେକ ବିବାଦୀୟ ମନ୍ତବ୍ୟ ଦେଇ ଆସିଥିବା ବେଳେ ଏବେ ମା’ ହେବାକୁ ଚାହଁନ୍ତି ନାହିଁ ବୋଲି ଦେଇଥିବା ମତ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତାଙ୍କର ଏକ ଫିଲ୍ମ ଲଭ୍‌ ସୋନିଆ ସେପ୍ଟେମ୍ବର ମାସରେ ରିଲିଜ ହେବାକୁ ଥିବା ବେଳେ #MeToo କ୍ୟାମ୍ପେନରେ ଯୋଡ଼ି ହୋଇ ସେ ଦେଶରେ ମହିଳାମାନଙ୍କୁ ନେଇ ଥିବା ପରିସ୍ଥିତି ବିଷୟରେ କହିଥିଲେ ।

Hindustan Times

ରିଚାଙ୍କ କହିବା ଅନୁଯାୟୀ,ଆଜିକାଲି ଦେଶରେ ମହିଳାମାନଙ୍କ ସହିତ ନାବାଳିକା ଏବଂ ଶିଶୁ କନ୍ୟାମାନେ ମଧ୍ୟ ଦୁଷ୍କର୍ମର ଶିକାର ହେଉଛନ୍ତି । ଏହା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଦୁଷ୍କର୍ମ ହେଉଛି । କିନ୍ତୁ ଜବରଦସ୍ତି କରିବା ଅପେକ୍ଷା ସେମାନଙ୍କୁ ଫିଲ୍ମ ନିର୍ମାତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ରାଜି କରାଯାଉଛି । ଯାହା ଦ୍ୱାରା ଏହାକୁ ଦୁଷ୍କର୍ମର ନାଁ ଦିଆ ଯାଉ ନାହିଁ । କିନ୍ତୁ ଦେଶର ପ୍ରତି କୋଣରେ ସବୁ କ୍ଷେତ୍ରରେ ମହିଳାମାନେ ଅତ୍ୟାଚାରର ଶିକାର ହେଉଛନ୍ତି । ଏଭଳି ପରିସ୍ଥିତିରେ ମୋତେ ମା’ ହେବା ପାଇଁ ଡ଼ର ଲାଗୁଛି । ଜଣେ ଶିଶୁକନ୍ୟାକୁ ଜନ୍ମ ଦେଇ ତା’କୁ ଏ ଯୌନ ପିପାସୁଙ୍କ ହାତକୁ ଯାଉଥିବାର ଦେଖି ମୁଁ ସହି ପାରିବି ନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର