ଏକ ଗୀତର ସୁଟିଂ ଚାଲୁଥିବା ବେଳେ ଅଭିନେତ୍ରୀ ରିଚା ଚଢ଼ାଙ୍କୁ ନାଭି ଦେଖାଇବା ପାଇଁ କୁହାଯିବା ପରେ ଏଭଳି ଜବାବ ଦେଇ ମୁହଁ ବନ୍ଦ କଲେ ରିଚା

ମୁମ୍ବାଇ : ଅଭିନେତ୍ରୀ ରିଚା ଚଢ଼ା ବଲିଉଡ୍‌ର ସେଇ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏ କୌଣସି ବିଷୟ ଉପରେ କାହାକୁ ନ ଡ଼ରି ନିଜର ମତ ରଖିଥାନ୍ତି । ପୂର୍ବରୁ ଉଠିଥିବା ଅନେକ ବିଷୟ ଉପରେ ସେ ନିଜର ମତ ରଖି ସାରିଥିବା ବେଳେ ଏବେ ତାଙ୍କ ସହ ଘଟିଥିବା ଏକ ଘଟଣାକୁ ନେଇ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ସୁଟିଂ ସେଟ୍‌ରେ ତାଙ୍କ ସହ ଘଟିଥିବା ଘଟଣାର ସେ କିଭଳି ଜବାବ ରଖିଥିଲେ ସେ ବିଷୟରେ ଜଣାଇଛନ୍ତି ରିଚା ଚଢ଼ା ।

Inshorts

ତାଙ୍କ କହିବା ଅନୁଯାୟୀ, ଫିଲ୍ମର ଏକ ଗୀତ ସୁଟିଂ ଚାଲୁଥିବା ବେଳେ ସେ ଏକ ହାଇ େଓ୍ଵଷ୍ଟ ପ୍ୟାଣ୍ଟ ପିନ୍ଧି ନାଚୁଥିଲେ । ସେ ସମୟରେ ତାଙ୍କୁ କୁହାଗଲା କି ପ୍ୟାଣ୍ଟ ଟିକେ ତଳକୁ କର । ତୁମ ନାଭି ଦିଶୁ ନାହିଁ । ଯାହାର ଜବାବ ଦେଇ ଏହା ହାଇ େଓ୍ଵଷ୍ଟ ପ୍ୟାଣ୍ଟ । ଏଥିରେ ନାଭି ଦିଶିବ ନାହିଁ । ଏହା ପରେ ଏକ ମାର୍କର ନେଇ ଯଦି ଆପଣଙ୍କୁ ନାଭି ଦରକାର ମୁଁ ମଥାରେ ଏବଂ ଗାଲରେ ନାଭି କରି ଦେଉଛି ବୋଲି କହିଥିଲେ ରିଚା । ରିଚାଙ୍କ ଏହି ଉତ୍ତର ପରେ ସେଠାରେ ଉପସ୍ଥିତ ଥିବା ଲୋକେ ଚୁପ୍‌ ହୋଇ ଯାଇଥିଲେ ।

ସମ୍ବନ୍ଧିତ ଖବର