ନିର୍ମାତା-ନିର୍ଦେଶକ ଇନ୍ଦ୍ରଜିତ୍‌ ଲଂକେଶ ଅଶୀ ଦଶକର ଦକ୍ଷିଣୀ ବି-ଗ୍ରେଡ୍‌ ଫିଲ୍ମ ଅଭିନେତ୍ରୀ ଶକୀଲାଙ୍କ ଜୀବନୀ ଆଧାରରେ ଏକ ଫିଲ୍ମ ତିଆରିକରିବାକୁ ଘୋଷଣା କରିଛନ୍ତି। ଏହି ବାୟୋ-ପିକ୍‌ ନିମନ୍ତେ ଅଭିନେତ୍ରୀ ରିଚା ଚଡ଼୍‍ଢ଼ାଙ୍କୁ ଅନୁବନ୍ଧିତ କରାଯାଇଛି। ଫିଲ୍ମର ସୁଟିଂ ଆସନ୍ତା ମାସରେ ଆରମ୍ଭ ହେବ ଏବଂ ଚଳିତ ବର୍ଷ ଶେଷ ଆଡ଼କୁ ଫିଲ୍ମ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି।

Advertisment

publive-image deccanchronicle.com

ସିଲ୍‌କ ସ୍ମିତାଙ୍କ ଭଳି ଏକଦା ଶକୀଲା ଦକ୍ଷିଣୀ ଦୁନିଆରେ ବେଶ୍‌ ସକ୍ରିୟ ଥିଲେ। ତାଙ୍କର ଶସ୍ତା-ମନୋରଂଜନଧର୍ମୀ ଫିଲ୍ମ ଦେଖିବା ପାଇଁ ଅନେକ ଭଲପାଉଥିଲେ। ମାତ୍ର ଷୋହଳ ବର୍ଷ ବୟସରେ ସେ ଫିଲ୍ମ ଜଗତ୍‌ରେ ପ୍ରବେଶ କରିଥିଲେ। ସେ କନ୍ନଡ଼, ତମିଲ୍‌, ତେଲୁଗୁ, ମଲୟାଲମ, ହିନ୍ଦୀ, ନେପାଲୀ, ସିଂହଳୀ, ଚାଇନିଜ୍‌ ଆଦି ଭାଷାର ଫିଲ୍ମରେ ଅଭିନୟ କରିଥିବା ଜଣାଯାଏ। ତାଙ୍କର ପୂରା ନାଁ- ସି ଶକୀଲା ବେଗମ। ଆନ୍ଧ୍ର ପ୍ରଦେଶର ନେଲୌର ଜନ୍ମିତ ଏହି ଅଭିନେତ୍ରୀ ଏବେ ବି ଫିଲ୍ମ ଦୁନିଆରେ ସକ୍ରିୟ। ନିକଟରେ ହିଁ ତାଙ୍କ ପେସାଦାର ଅଭିନେତ୍ରୀ ଜୀବନର ୨୫୦ତମ ଫିଲ୍ମ ‘ଶିଲାବତୀ’ର ସୁଟିଂ ଆରମ୍ଭ ହୋଇଛି। ସେ ନିଜର ଆତ୍ମଚରିତ ଲେଖିଛନ୍ତି। ଆଉ ଏହି ଆତ୍ମଚରିତ ଆଧାରରେ ତାଙ୍କର ବାୟୋ-ପିକ୍‌ ନିର୍ମାଣ କରିବା ଲାଗି ଘୋଷଣା କରାଯାଇଛି।