ନୂଆଦିଲ୍ଲୀ: କାନ୍ସ ଫିଲ୍ମ ଫେଷ୍ଟିଭାଲ -୨୦୨୩ର ଚର୍ଚ୍ଚା ଦେଶ ବିଦେଶ ଚାରିଆଡେ ହେଉଛି। ଏହି ଫେଷ୍ଟିଭାଲରେ ଅନେକ ଅଭିନେତ୍ରୀ ଭାଗ ନେଇ ଚର୍ଚ୍ଚାରେ ଥିବା ବେଳେ କିଛି ଅଭିନେତ୍ରୀ ଟ୍ରୋଲର ଶିକାର ହୋଇଥିଲେ। ଏହି କ୍ରମରେ ଅନୁଷ୍କା କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଡେବ୍ୟୁ କରିଥିବା ବେଳେ ତାଙ୍କର ଧଳ ରଙ୍ଗର ଗାଉନକୁ ପ୍ରଶଂସକ ବେଶ ପସନ୍ଦ କରିଥିଲେ।
ଇତିମଧ୍ୟରେ କାନ୍ସ ଫେଷ୍ଟିଭାଲ ଶେଷ ହୋଇଯାଇଛି। କିଛିଦିନ ହେବ ଏହି ଫେଷ୍ଟିଭାଲରେ ଅଭିନେତ୍ରୀ ରିଚା ଚଢ଼ାଙ୍କ ପୋଷାକ ଓ ତାଙ୍କ ମେକ-ଅପ ଚର୍ଚ୍ଚାରେ ରହିଛି। କାରଣ ଏହି ଫେଷ୍ଟିଭାଲରେ ଭାଗ ନେଇ ରେଡ କାର୍ପେଟରେ ରିଚା ଯେଉଁ ପୋଷାକ ପିନ୍ଧି ଚାଲିଥିଲେ ତାହା ତାଙ୍କ ସ୍ବାମୀ ଅଲି ଫଜଲ ଦେଇଥିବା ଜଣାପଡ଼ିଛି।
ଏଥିସହିତ ସେ ଯେଉଁ ମେକ-ଅପ ନେଇଛନ୍ତି ତାହା ନିଜେ କରିଥିବା କୁହାଯାଉଛି। ଏହି କଥା ଜାଣିବା ପରେ ତାଙ୍କ ଫ୍ୟାନ୍ସମାନେ ରିଚାଙ୍କୁ ବେଶ ପ୍ରଶଂସା କରୁଥିବା ସହିତ ତାଙ୍କର ଏହି ସାଧାରଣ ବେଶରେ ଫଟୋକୁ ସୋସିଆଲ ମିଡିଆରେ ସେୟାର କରୁଛନ୍ତି। ଏଥିସହିତ ରିଚାଙ୍କୁ ନେଇ ସୋସିଆଲ ମିଡିଆ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।