ଫିଲ୍ମ ସଫଳ ହେଲେ କଳାକାରଙ୍କ ହାତକୁ ମୋଟା ଅଙ୍କର ଟଙ୍କା ଆସେ। ଫଳରେ ସେମାନଙ୍କ ଭିତରେ ନୂଆ ନୂଆ ସାମଗ୍ରୀ କିଣିବାର କରିବାର ଇଚ୍ଛା ବଢ଼ିଯାଏ। ଟଙ୍କା ବୃଷ୍ଟି ହେଲେ, ଅନେକ ପ୍ରାସାଦ କିଣିବା ପାଇଁ ଚିନ୍ତା କରନ୍ତି। ତେବେ, ‘ଫକରେ ରିଟନ୍ର୍’ର ସଫଳତା ପରେ ନୂଆ ବର୍ଷରେ ରିଚା ଚଡ଼୍ଢ଼ା କିଣିଛନ୍ତି, ଏକ ମୂଲ୍ୟବାନ ମର୍ସିଡିଜ୍ କାର୍, ଯେଉଁଟିର ମୂଲ୍ୟ ପ୍ରାୟ ଏକ କୋଟି ଟଙ୍କା। କାର୍ କିଣିବା ସମୟରେ, ତାଙ୍କ ସହ ଥିଲେ ପୁରୁଷ ବନ୍ଧୁ ଅଲୀ ଫଜଲ। ପ୍ରକୃତରେ ରିଚା କାର୍ କିଣିବା ପାଇଁ ଚାହୁଁ ନ ଥିଲେ। ଅଲୀ, ଏଥି ପାଇଁ ତାଙ୍କ ଉପରେ ଏକ ରକମ ଚାପ ପକାଇଥିବା ଶୁଣିବାକୁ ମିଳୁଛି। ଆଉ ରିଚା ଅନ୍ତରଙ୍ଗ ବନ୍ଧୁଙ୍କ କଥା ରଖିଥିଲେ। ଆହୁରି ମଧ୍ୟ ଶୁଣିବାକୁ ମିଳୁଛି, କାର୍ କିଣାରେ ଲାଗିଥିବା ଅର୍ଥର ଅର୍ଦ୍ଧେକ ଅଲୀ ଦେଇଛନ୍ତି। କାର୍ କିଣୁକିଣୁ ଦୁହେଁ ଲମ୍ବା ଯାତ୍ରାରେ ଯାଇଥିଲେ। ବହୁତ ମଉଜ କରିଥିଲେ। ମଉଜର ତାଲିକା ସୁଦୀର୍ଘ ଓ ଗୋପନୀୟ।
ନୂଆ ବର୍ଷରେ ନୂଆ ମର୍ସିଡିଜ୍ କିଣିଲେ ରିଚା
/sambad/media/post_attachments/wp-content/uploads/2018/01/Richa-Chadda-brother-debuts-as-a-musician-for-her-maiden-production-news.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)