ମୁମ୍ବାଇ: ଭାରତର ସବୁଠାରୁ ଧନୀ ଅଭିନେତ୍ରୀ କିମ୍ବା ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀଙ୍କ ନାମ ପ୍ରତିବର୍ଷ ବଦଳି ଚାଲିଥାଏ। ୯୦ ଦଶକରେ ଶ୍ରୀଦେବୀ ଚଳଚ୍ଚିତ୍ର ପିଛା ୧ କୋଟିରୁ ଅଧିକ ଟଙ୍କା ପାରିଶ୍ରମିକ ନେବା ଟ୍ରେଣ୍ଡ୍‌ ଆରମ୍ଭ କରିବା ପରଠାରୁ ଅଭିନେତ୍ରୀମାନେ ଏବେ ଆକାଶଛୁଆଁ ରୋଜଗାର କରୁଛନ୍ତି।

Advertisment

ହେଲେ ବି ଆମେ ଜଣେ ତାମିଲ୍‌ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯାହାଙ୍କୁ ଐଶ୍ବର୍ଯ୍ୟା ରାୟ, ଦୀପିକା ପାଦ‌ୁକୋନ, ଶ୍ରୀଦେବୀ କିମ୍ବା ରେଖା ଟକ୍କର ଦେଇ ପାରିନାହାନ୍ତି। ତାଙ୍କ ଧନସଂପତ୍ତି ତୁଳନାରେ ଏ ସମସ୍ତ ଭାରତୀୟ ଅଭିନେତ୍ରୀ ପଛରେ ରହିଛନ୍ତି। ଆମେ କହୁଛୁ ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଜୟଲଳିତାଙ୍କ ବିଷୟରେ।

ସେ ୧୯୬୦ ମସିହା ସମୟରେ ଜଣେ ସୁପର୍‌ଷ୍ଟାର୍‌ ଥିଲେ। ଆପଣ ନିଶ୍ଚୟ ଜାଣିଥିବେ ଯେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତା ଜଣେ ସଫଳ ଅଭିନେତ୍ରୀ ମଧ୍ୟ ଥିଲେ। ମାତ୍ର ୩୧ ବ‌ର୍ଷ ବୟସରୁ ସେ ଅଭିନୟରୁ ଦୂରେଇ ଯାଇ ୧୯୯୭ ମସିହାରୁ ନିଜର ରାଜନୈତିକ କ୍ୟାରିୟର୍‌ର ମୂଳଦୁଆ ପକାଇଥିଲେ।

publive-image SakshiPost

ଥରେ ଜୟଲଳିତାଙ୍କ ବାସଭବନରେ ଚଢ଼ାଉ ବେଳେ ତାଙ୍କ ଘରୁ ୧୦,୫୦୦ ଶାଢ଼ି, ୭୫୦ ଚପଲ ଓ ସ୍ୟାଣ୍ଡେଲ୍‌, ୯୧ଟି ଘଣ୍ଟା, ୮୦୦ କିଲୋଗ୍ରାମ୍‌ ରୁପା ଏବଂ ୨୮ କିଲୋଗ୍ରାମ ସୁନା ଜବତ ହୋଇଥିଲା। ଜୟଲଳିତାଙ୍କର ୮ଟି କାର୍‌ ଥିଲା। ତାଙ୍କ ନାମରେ ୪୨ କୋଟି ଟଙ୍କାର ସଂପତ୍ତି ମଧ୍ୟ ଥି‌ଲା।

ଜୟଲଳିତା ୧୯୮୪ ମସିହାରେ ପୂର୍ବ ମହୀଶୂର ରାଜ୍ୟ (ବର୍ତ୍ତମାନର କର୍ଣ୍ଣାଟକ) ରେ ମାଣ୍ଡ୍ୟାଠାରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୧ ମସିହାରେ ଅଭିନେତ୍ରେୀ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ପ୍ରଥମେ ଜଣେ ଶିଶୁ କଳାକାର ଭାବେ ତାଙ୍କୁ ପରଦାରେ ଦେଖିବାକୁ ମିଳିଥିଲା। ପ୍ରଥମେ ଚଳଚ୍ଚିତ୍ର ଏବଂ ନାଟକରେ ଛୋଟ ଭୂମିକାରେ ନଜର ଆସିଥିବା ବେଳେ ପରବର୍ତ୍ତୀ ସମୟ‌ରେ ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରରେ ଜଣେ ଅଗ୍ରଣୀ ଅଭିନେତ୍ରୀ ଭାବରେ ନାମ କରିଥିଲେ ଓ ଢ଼େର ଲୋକପ୍ରିୟତା ଅର୍ଜନ କରିଥିଲେ।