ଏବେ କେମିତି ରହିଛି ଋଷି କପୁରଙ୍କ ସ୍ୱାସ୍ଥ୍ୟାବସ୍ଥା?ଝିଅ ରିଦିମା ଦେଲେ ସୂଚନା

ମୁମ୍ବାଇ : ହଠାତ୍‌ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ନ୍ୟୁୟର୍କ ଯାଇ ନିଜର ଚିକିତ୍ସା ଆରମ୍ଭ କରିଥିଲେ ଅଭିନେତା ଋଷି କପୁର । ତେବେ ତାଙ୍କର କେଉଁ ସ୍ୱାସ୍ଥ୍ୟ ସମସ୍ୟା ରହିଛି ସେ ନେଇ କୌଣସି ସ୍ପଷ୍ଟୀକରଣ ମିଳି ନଥିବା ବେଳେ ଏବେ ଋଷି କପୁରଙ୍କ ଝିଅ ରିଦିମା ନିଜ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜଣାଇଛନ୍ତି ।

bollywoodmantra.com

ଏକ ଖବରକାଗଜକୁ ସାକ୍ଷାତକାର ଦେଇ, “ବାପା ଏବେ ଠିକ୍‌ ଅଛନ୍ତି । ଚିନ୍ତା କରିବାର କୌଣସି କାରଣ ନାହିଁ । ସେମିତି ଦେଖିବାକୁ ଗଲେ ମୁଁ ତାଙ୍କ ସ୍ୱାସ୍ଥ୍ୟକୁ ନେଇ କେବେ ବି ଚିନ୍ତିତ ନ ଥିଲି । ସେ କେବଳ ନିଜର (ସାମାନ୍ୟ ପରୀକ୍ଷଣ) ରୁଟିନ୍‌ ଟେଷ୍ଟ କରାଉଛନ୍ତି । ଅନେକ ବର୍ଷ ପରେ ସେ ସବୁ ପରୀକ୍ଷା କରିବା ପାଇଁ ସମୟ ପାଇଛନ୍ତି । ଆଶା କରୁଛୁ କି ସବୁ ଠିକ୍‌ ଥିବ” ବୋଲି ରିଦିମା ଜଣାଇଥିଲେ । ରିଦିମାଙ୍କ କଥାରୁ ଋଷି କପୁର ଏବେ ସଂପୁର୍ଣ୍ଣ ସୁସ୍ଥ ଥିବା ଅନୁମାନ ଲଗାଯାଉଛି।

ସମ୍ବନ୍ଧିତ ଖବର