ନୂଆଦିଲ୍ଲୀ: ସେପ୍ଟେମ୍ବର ୩୦ରେ ଋଷବ ସେଟ୍ଟୀଙ୍କ ଅଭିନୀତ-ନିର୍ଦ୍ଦେଶିତ ଫିଲ୍ମ ‘କାନ୍ତାରା’ ପରଦାକୁ ଆସି କର୍ଣ୍ଣାଟକର ଏକ ପ୍ରମୁଖ ବ୍ଲକବଷ୍ଟର ଭାବରେ ଉଭା ହୋଇଥିଲା। ଲୋକପ୍ରିୟତାକୁ ଏହାକୁ ପରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ କରାଯିବା ପରେ ଏହା ନୂଆ ରେକର୍ଡ ସୃଷ୍ଟି କରିଥିଲା। ଦିନକୁ ଦିନ ଫିଲ୍ମର ଲୋକପ୍ରିୟତା ବଢ଼ିଥିଲା । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଥିଲେ ଋଷବ ସେଟ୍ଟୀ। ତାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା। ତେବେ ବକ୍ସ ଅଫିସର କିଙ୍ଗ ପାଲଟିଥିବା ‘କାନ୍ତାରା’ ଏବେ ଓଟିଟିରେ କମାଲ କରିବାକୁ ଯାଉଛି।
ଖୁବ ଶୀଘ୍ର ଫିଲ୍ମକୁ ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍ କରାଯିବ। ପୂର୍ବରୁ ନଭେମ୍ବର ୪ରେ ଫିଲ୍ମଟି ରିଲିଜ କରାଯିବ ବୋଲି ଜଣାପଡ଼ିଥିବା ବେଳେ ଏବେ ଏହାକୁ ଆସନ୍ତା ସପ୍ତାହରେ ଆମାଜନ ପ୍ରାଇମରେ ରିଲିଜ କରାଯିବ। ନଭେମ୍ବର ୨୪ରେ ଫିଲ୍ମଟି ରିଲିଜ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏପର୍ଯ୍ୟନ୍ତ ନିର୍ମାତାଙ୍କ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା କରାଯାଇନାହିଁ।
ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଏହାର କାହାଣୀ ଲେଖିବା ଓ ଅଭିନୟ କରିଛନ୍ତି ଋଷବ ସେଟ୍ଟୀ। ତାଙ୍କ ଅଭିନୟ ଏବଂ ଫିଲ୍ମର କାହାଣୀକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଛୋଟବେଳୁ ହିଁ ଋଷଭ ଅଭିନେତା ହେବାକୁ ସ୍ବପ୍ନ ଦେଖୁଥିଲେ। ଏଥିପାଇଁ କଲେଜ ପଢ଼ା ଶେଷ କରି ସେ ଅଭିନୟ ଦୁନିଆରେ ପାଦ ରଖିଥିଲେ। କଲେଜରେ ପାଠ ପଢ଼ିବା ସହ ସେ ପାଣି ବୋତଲ ବିକିବା ଏବଂ ହୋଟେଲରେ କାମ କରିବା ଆରମ୍ଭ କରିଥିଲେ। ପ୍ରଥମେ ପ୍ରଥମେ ତାଙ୍କୁ ଅଭିନୟରେ ଭଲ ସୁଯୋଗ ମିଳୁନଥିବାରୁ ସେ ଏଭଳି କାମ କରି ନିଜର ଖର୍ଚ୍ଚ ବହନ କରୁଥିଲେ। ପ୍ରଥମେ ଧାରାବାହିକ ଓ ପରେ ସେ ଫିଲ୍ମ କରିବା ଆରମ୍ଭ କରିଥିଲେ। ପୂର୍ବରୁ ଅନେକ ଫିଲ୍ମ ସେ କରିଥିଲେ ବି ୧୮ବର୍ଷ ପରେ ପ୍ୟାନ୍ ଇଣ୍ଡିଆ ଷ୍ଟାର ବନି ପାରିଛନ୍ତି ଋଷଭ। ଏବେ ତାଙ୍କୁ ମିଳିଛି ପରିଚୟ।