ହାର୍ଦ୍ଦିକଙ୍କ ପରେ ଉର୍ବଶୀଙ୍କ ପ୍ରେମରେ ରିଷଭ ପନ୍ଥ, ମ୍ୟାଚ୍ ପୂର୍ବରୁ ଦୁହେଁ ସାଥୀରେ କଲେ ରାତ୍ର ଭୋଜନ

ମୁମ୍ବାଇ: ଗତବର୍ଷ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ସର୍ବସମ୍ମୁଖରେ ଦୁହେଁ ନିଜ ପ୍ରେମ ସଂପର୍କକୁ ସ୍ବୀକାର କରି ନ ଥିଲେ। ଏହା ପରେ ପରେ ଏବେ ଉର୍ବଶୀଙ୍କ ଫିଲ୍ମ ‘ପାଗଲପନ୍ତି’ ରିଲିଜ୍ ହେବା ପରେ ହାର୍ଦ୍ଦିକ ତାଙ୍କୁ ଏକ ଛୋଟ କୁକୁର ଛୁଆ ଉପହାର ଆକାରରେ ଦେଇଥିଲେ ବୋଲି ଜଣା ପଡ଼ିଥିଲା। କିନ୍ତୁ ଏତେ ସବୁ ପରେ ଏବେ ଆଉ ଜଣେ ଭାରତୀୟ କ୍ରିକେଟରଙ୍କ ସହ ଉର୍ବଶୀଙ୍କ ନାଁ ଯୋଡ଼ା ହେବା ଆରମ୍ଭ ହୋଇଛି।

ସୂଚନା ମୁତାବକ, ଭାରତୀୟ ୱିକେଟ କିପର ବ୍ୟାଟ୍ଯମ୍ୟାନ୍ ରିଷଭ ପନ୍ଥ ଏବେ ଉର୍ବଶୀଙ୍କ ପ୍ରେମରେ ପଡ଼ି ଯାଇଥିବା ଚର୍ଚ୍ଚା ହେଉଛି। ଏଭଳି ଚର୍ଚ୍ଚା ଦୁହେଁ ଡିନର ଡେଟରେ ଯିବା ପରେ ଆରମ୍ଭ ହୋଇଛି। ଦୁହେଁ ମଙ୍ଗଳବାର ରାତି ୧୧ଟାରେ ଜୁହୁରେ ଥିବା ଏକ ରେସ୍ତୋରାଁରେ ପହଞ୍ଚିଥିଲେ। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ ବୁଧବାର ଖେଳାଯିବାକୁ ଥିବା ବେଳେ ମ୍ୟାଚ୍ ପୂର୍ବରୁ ରିଷଭ ଉର୍ବଶୀଙ୍କ ସହ ଡିନର ଡେଟରେ ଯିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହି ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ଦୁହେଁ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ସମ୍ବନ୍ଧିତ ଖବର