ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ରିଷଭ ପନ୍ଥଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ଅନେକ ବଡ଼ କ୍ରିକେଟ ତାରକା ଯୋଗ ଦେବାକୁ ଯାଉଛନ୍ତି।
ରିଷଭଙ୍କ ଭଉଣୀ ସାକ୍ଷୀ ପନ୍ଥଙ୍କ ବିବାହ ଉତ୍ସବ ମଙ୍ଗଳବାର ଏବଂ ବୁଧବାର ଦିନ ଉତ୍ତରାଖଣ୍ଡର ମସୁରୀରେ ଅନୁଷ୍ଠିତ ହେବ। ପନ୍ଥଙ୍କ ଭଉଣୀ ବିବାହ ଉତ୍ସବରେ ରୋହିତ ଶର୍ମାଙ୍କ ବ୍ୟତୀତ କ୍ରିକେଟର ବିରାଟ କୋହଲି, ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନି ମଧ୍ୟ ଉପସ୍ଥିତ ରହି ଖୁବମଜାମସ୍ତି ଓ ଧମାଲ କରିବେବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଧୋନିଙ୍କୁ ପୂର୍ବରୁ ସାକ୍ଷୀ ପନ୍ତଙ୍କ ନିର୍ବନ୍ଧରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
ସାକ୍ଷୀ ପନ୍ତ ପେଶାରେ ଜଣେ ବ୍ୟବସାୟୀ ଅଙ୍କିତ ଚୌଧୁରୀଙ୍କୁ ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ୯ବର୍ଷ ଧରି ସାକ୍ଷୀ ଓ ଅଙ୍କିତ ପରସ୍ପରକୁ ଡେଟ କରି ଆସୁଛନ୍ତି।
୨୦୨୪ ଜାନୁଆରୀରେ ଦୁହିଁଙ୍କ ନିର୍ବନ୍ଧ ଲଣ୍ଡନରେ ହୋଇଥିଲା। ସାକ୍ଷୀଙ୍କ ବିଷୟରେ କହିବାକୁ ଗଲେ, ସେ ୟୁକେରୁ ପାଠପଢ଼ିଛନ୍ତି, ଲକ୍ଷଲକ୍ଷ ଲୋକ ତାଙ୍କୁ ସୋସିଆଲ ମିଡିଆରେ ଫଲୋ କରନ୍ତି। ସାକ୍ଷୀ ପ୍ରାୟତଃ ନିଜର ଯାତ୍ରା ଏବଂ ଭିନ୍ନ ଭିନ୍ନ ଟ୍ରେଣ୍ଡିଂ ପୋଷାକ ପିନ୍ଧିଥିବା ଫଟୋ ସେୟାର କରି ଚର୍ଚ୍ଚାରେ ଥାଆନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/11/RpCctfiURjyyeVNt6k5n.jpg)