କର୍କଟ ଚିକିତ୍ସା ସାରି ସେପ୍ଟେମ୍ବରରେ ଭାରତ ଫେରୁଛନ୍ତି ଋଷି କପୁର, ସୁଧୁରୁଛି ସ୍ୱାସ୍ଥାବସ୍ଥା

ମୁମ୍ବାଇ: ‘ମୁଲ୍‌କ’ ଷ୍ଟାର୍‌ ଋଷି କପୁର କର୍କଟ ରୋଗରେ ଆକ୍ରାନ୍ତ ବୋଲି ଶୁଣି ଭାଙ୍ଗି ପଡ଼ିଥିବା ପ୍ରଶଂସକମାନଙ୍କ ପାଇଁ ଖୁସି ଖବର। ଆପଣଙ୍କ ପ୍ରିୟ ଷ୍ଟାର୍‌ ଋଷି ଧୀରେ ଧୀରେ ସୁସ୍ଥ ହେବାରେ ଲାଗିଛନ୍ତି। ଗତ କିଛି ମାସ ପୂର୍ବେ ଋଷିଙ୍କ ଶରୀରରେ କର୍କଟ ଚିହ୍ନଯ ହେବା ପରେ ସେ ଚିକିତ୍ସା ପାଇଁ ପତ୍ନୀ ନିତୁ କପୁରଙ୍କ ସହ ନ୍ୟୁୟର୍କ ଯାଇଥିଲେ। ସେଠାରେ ସେ ବେଶ୍‌ କିଛିି ଦିନ ଚିକିତ୍ସିତ ହେବା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି ବୋଲି ନିତୁ କପୁର ଏକ ଫଟୋ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି।

ଫଟୋ ଋଷି ଏକଦମ ଫିଟ୍‌ ଦିଶୁଛନ୍ତି। ଆସନ୍ତା ସେପ୍ଟେମ୍ବରରେ ସେ ନିଜ ଜନ୍ମଭୂମି ଭାରତକୁ ଫେରିବେ ବୋଲି ସୂଚନା ରହିଛି। ପୁଅ ରଣବୀର କପୁର ବି ତାଙ୍କ ବାପାଙ୍କ ଶୀଘ୍ର ଭାରତ ଫେରିବା ସଂପର୍କରେ ସୂଚନା ଦେଇଛନ୍ତି। କେବଳ ଭାରତ ନୁହେଁ, ସେ ପୁଣି ଥରେ ବଲିଉଡ୍‌ରେ ନଜର ଆସିବେ ବୋଲି ରଣବୀର କହିଛନ୍ତି।

 

 

View this post on Instagram

 

That amazing feeling in your lows when there is Positivity ??Happiness ?Love ? and that Wink ?!!!!

A post shared by neetu Kapoor. Fightingfyt (@neetu54) on

ନିକଟରେ ଋଷିଙ୍କୁ ତାଙ୍କ ଖରାପ ସମୟରେ ଦେଖା କରିବାକୁ ଯାଇ ବଲିଉଡ୍‌ ତାରକା ଶାହାରୁଖ ଖାନ, ଆଲିଆ ଭଟ୍ଟ, ଆମୀର ଖାନ, ଦୀପିକା ପାଦୁକୋନ, ଭିକି କୌଶାଲ, କରିସ୍ମା କପୁର ଓ କରଣ ଜୋହର ପ୍ରମୁଖ ଦେଖା କରି ସାହସ ଦେଇଥିଲେ।

ସମ୍ବନ୍ଧିତ ଖବର