ମୁମ୍ବାଇ: ଗତକାଲି ବଲିଉଡ୍ ଷ୍ଟାର୍ ଇରଫାନ ଖାନଙ୍କ ଦେହାନ୍ତ ହୋଇଥିବା ବେଳେ ଆଜି ଭାରତୀୟ ସିନେ ଇଣ୍ଡଷ୍ଟ୍ରି ଋଷି କପୁରଙ୍କ ପରି ଆଉ ଜଣେ ମହାନ କଳାକାରଙ୍କୁ ହରାଇଛି। ତାଙ୍କ ଦେହାନ୍ତରେ ଅନେକ ସିନେ ପ୍ରେମୀ ଭାଙ୍ଗି ପଡ଼ିଛନ୍ତି। ସୋସିଆଲ୍ ମିଡିଆରେ ଋଷିଙ୍କ ପ୍ରଶଂସକମାନେ ବିଭିନ୍ନ ପୋଷ୍ଟ୍ କରୁଛନ୍ତି।
ନିକଟରେ ଋଷିଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଭିଡିଓରେ ଋଷି ହସ୍ପିଟାଲ୍ ବେଡ୍ରେ ଶୋଇଥିବାର ନଜର ଆସିଛନ୍ତି। ହସ୍ପିଟାଲ୍ର ଜଣେ କର୍ମଚାରୀ ଋଷିଙ୍କ ପାଖରେ ରହି ତାଙ୍କ ଅଭିନୀତ ‘ଦିୱାନା’ ଚଳଚ୍ଚିତ୍ରର ‘ତେରେ ଦରଦ ସେ ଦିଲ୍ କା...’ ଗୀତ ଗାଉଛନ୍ତି। ତାହାକୁ ଋଷି ଅତ୍ୟନ୍ତ ଖୁସି ମନରେ ଶୁଣୁଛନ୍ତି। ଯୁବକ ଜଣକ ଗୀତ ଗାଇ ସାରିବା ପରେ ଋଷି ତାଙ୍କୁ ପ୍ରଶଂସା କରୁଛନ୍ତି।
ଭିଡିଓକୁ ପଲ୍ଲଭ ପାଲିୱାଲ୍ ନାମକ ଜଣେ ଯୁବକ ଇନ୍ଷ୍ଟାଗ୍ରାମ୍ରେ ସେୟାର୍ କରିବା ପରେ ଭିଡିଓଟି ବହୁ ଲୋକପ୍ରିୟତା ହାସଲ କରିଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ଦିୱାନା’ ଚଳଚ୍ଚିତ୍ରରେ ଋଷିଙ୍କ ବ୍ୟତୀତ ଶାହାରୁଖ ମଧ୍ୟ ନାୟକ ଭୂମିକାରେ ଥିଲେ। ନାୟିକା ଥିଲେ ଅଭିନେତ୍ରୀ ଦିବ୍ୟା ଭାରତୀ।