କାହିଁକି ଏପ୍ରିଲ୍‌ ୧୩ ତାରିଖରୁ ଆରମ୍ଭ ହୋଇଛି ରଣବୀରଙ୍କ ବିବାହ ଉତ୍ସବ? ଋଷି ଓ ନିତୁଙ୍କର କ’ଣ ସଂଯୋଗ ଏହି ତାରିଖ ସହ?

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ଉତ୍ସବ ଏହା ମଧ୍ୟରେ ଆରମ୍ଭ ହୋଇଯାଇଛି। ଏପ୍ରିଲ୍‌ ୧୩ ତାରିଖରୁ ଏହି ୨ ଲୋକପ୍ରିୟ ଯୋଡ଼ିଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିବା ବେଳେ ଏହି ତାରିଖଟି ଅନ୍ୟ ଏକ କାରଣରୁ ମଧ୍ୟ ବେଶ୍‌ ସ୍ବତନ୍ତ୍ର।

ଆପଣ ଜାଣିଥିବେ ଯେ ରଣବୀର କପୁରଙ୍କ ବାପା ଋଷି କପୁର ଓ ମାଆ ନିତୁ କପୁରଙ୍କୁ ବଲିଉଡ୍‌ର ଚୀର ସବୁଜ ଯୋଡ଼ି ଭାବେ ମନାଯାଏ। ତେବେ ଋଷି ଓ ନିତୁଙ୍କର ଏହି ତାରିଖରେ ନିର୍ବନ୍ଧ ହୋଇଥିଲା ବୋଲି ଜାଣିବାକୁ ମିଳିଛି। ଋଷି କପୁର ଓ ନିତୁ କପୁର ୧୯୭୯ ମସିହା ଏପ୍ରିଲ୍‌ ୧୩ ତାରିଖରେ ନିର୍ବଦ୍ଧ ବନ୍ଧନରେ ବାନ୍ଧି ହୋଇଥିଲେ। ସେହି ଖାସ୍‌ ଦିନକୁ ହିଁ ନିତୁ ତାଙ୍କ ପୁଅର ମେହେନ୍ଦୀ ଉତ୍ସବ ପାଇଁ ବାଛିଛନ୍ତି।

ଏପଟେ ରଣବୀର ଓ ଆଲିଆଙ୍କ ମେହେନ୍ଦୀ ଉତ୍ସବ ପାଇଁ ଅତିଥିମାନେ ସବୁ ଆସି ପହଞ୍ଚି ସାରିଲେଣି। ସିନେ ନିର୍ମାତା କରଣ ଜୋହର, ରଣବୀରଙ୍କ ସେଲିବ୍ରେଟି ଭଉଣୀ କରିସ୍କା କପୁର ଓ କରୀନା କପୁର, ରିଦିମା କପୁର ଓ ମାଆ ନିତୁ କପୁର ସମସ୍ତେ ଆସି ପହଞ୍ଚି ସାରିଛନ୍ତି।

ପୋର୍ଟରୁ ଜାଣିବାକୁ ମିଳିଛି ଯେ ଏହି ସେଲିବ୍ରେଟି ବିବାହ ବଡ଼ ଧୁମ୍‌ଧାମ୍‌ରେ ହେବାକୁ ଥିବା ବେଳେ ଆଜି ସେମାନଙ୍କ ମେହେନ୍ଦୀ ଓ ସଂଗୀତ। ଆସନ୍ତାକାଲି ବିବାହ ହେବ ବୋଲି ସୂଚନା ରହିଛି।

ତେବେ ସେମାନଙ୍କ ବିବାହକୁ ନେଇ ସେମାନେ ପୂର୍ବରୁ ଗଣମାଧ୍ୟମରେ କୌଣସି ସୂଚନା ଦେଇନାହାନ୍ତି। ସେମାନେ ସେମାନଙ୍କ ବିବାହକୁ ଗୋପନ ରଖିବାକୁ ଯଥା ଚେଷ୍ଟା କରିଥିବା ଦେଖିବାକୁ ମିଳିଛି।

ତେବେ, ବିଶେଷ ସୂତ୍ରରୁ ସୂଚନା ମିଳିଛି ଯେ ରଣବୀରଙ୍କ ଜୋତା ଚୋରାଇବାକୁ ଥିବା ଆଲିଆଙ୍କ ଗାର୍ଲ ଗ୍ୟାଙ୍ଗ୍‌(ବାଳିକା ଦଳ)ଙ୍କୁ ୧ ଲକ୍ଷ ଟଙ୍କା ଦେବାକୁ କପୁର ପରିବାର ଟାର୍ଗେଟ ରଖିଛନ୍ତି।

 

 

ସମ୍ବନ୍ଧିତ ଖବର