ଲମ୍ବା ବ୍ୟବଧାନ ପରେ ପରଦାକୁ ଫେରିଲେ ଋଷି କପୁର, ସାମ୍ନାକୁ ଆସିଲା ନୂଆ ଲୁକ୍‌

ମୁମ୍ବାଇ : ନ୍ୟୁୟର୍କରେ ରହି ନିଜ କର୍କଟ ରୋଗର ଚିକିତ୍ସା କରାଇବା ପରେ ଗତ ମାସରେ ଭାରତ ଫେରିଥିଲେ ବଲିଉଡ୍‌ ଅଭିନେତା ଋଷି କପୁର । ଭାରତ ଫେରିବା ପରେ ଏବେ ସେ ତୁରନ୍ତ ନିଜର କାମ ଆରମ୍ଭ କରି ସାରିଥିବା ଜଣା ପଡ଼ିଛି । ଭାରତ ଫେରିବା ପରେ ସେ ନିଜର ଫଟୋସୁଟ୍‌ କରାଇଛନ୍ତି । ଯେଉଁଥିରେ ତାଙ୍କର ନୂଆ ଲୁକ୍‌ ସାମ୍ନାକୁ ଆସିଛି । ତାଙ୍କର ଫଟୋସୁଟ୍‌ ଜଣାଶୁଣା ଫଟୋଗ୍ରାଫର ଅବିନାଶ ଗ୍ଵାରିକର କରିଥିବା ଜଣା ପଡ଼ିଛି ।

ଫଟୋଗ୍ରାଫର ଅବିନାଶ ଗ୍ଵାରିକର ନିଜର ଇନ୍‌ଷ୍ଟା ପେଜ୍‌ରେ ଋଷି କପୁରଙ୍କ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ନୂଆ ଲୁକ୍‌ରେ ନଜର ଆସୁଛନ୍ତି ଋଷି କପୁର । କଳା ଓ ଧଳା ଫଟୋରେ ଋଷି କୁପର ହସୁଥିବାର ନଜର ଆସୁଛନ୍ତି । ଫଟୋ ସେୟାର କରି ଅବିନାଶ ଲେଖିଛନ୍ତି, ଦିଗ୍ଗଜ ଋଷି କପୁରଙ୍କ ସହ ପ୍ୟାକ୍‌ଅପ ପରର ସଟ୍‌ । ଏକ ଛୋଟ ବିରତୀ ପରେ ସେ ଫେରି ଆସିଛନ୍ତି । ଚିଣ୍ଟୁଜୀଙ୍କୁ ଲେନ୍ସ ଜରିଆରେ ଦେଖି ମୁଁ କେତେ ଖୁସି, ତାହା ଶବ୍ଦରେ ବର୍ଣ୍ଣନା କରି ପାରିବି ନାହିଁ ।

ସମ୍ବନ୍ଧିତ ଖବର