ଆଲିଆଙ୍କ ସଂପର୍କରେ ଏମିତି ଚିନ୍ତା କରନ୍ତି ରଣବୀରଙ୍କ ବାପା ଋଷି କପୁର ଓ ମାଆ ନୀତୁ ସିଂ

ମୁମ୍ବାଇ : ‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବା ପରଠାରୁ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀରଙ୍କ ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଭିନ୍ନ ଉତ୍ସବରେ ଦୁହିଁଙ୍କୁ ସାଥିରେ ଦେଖିବାକୁ ମିଳୁଥିବା ବେଳେ ରଣବୀରଙ୍କ ପରିବାର ସହ ଆଲିଆ ଅନେକ ଥର ସମୟ କଟାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଏ ନେଇ ଗଣମାଧ୍ୟମରେ ଏହି ଯୋଡ଼ି ସ୍ପଷ୍ଟ କରି କିଛି କହି ନଥିଲେ ବି ଦୁଇ ଜଣଙ୍କ କାର୍ଯ୍ୟକଳାପରୁ ଦୁହଁଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଲୋକେ ଅନୁମାନ କରୁଛନ୍ତି। ଏହା ଛଡ଼ା କିଛି ଦିନ ତଳେ ରଣବୀର କରିଥିବା ଟ୍ଵିଟ୍‌ ମଧ୍ୟ ସମସ୍ତଙ୍କ ସନ୍ଦେହକୁ ଆହୁରି ବଢ଼ାଇ ଦେଇଛି।

bollywoodbubble.com

ରଣବୀରଙ୍କୁ ତାଙ୍କର ଜଣେ ପ୍ରଶଂସକ କେବେ ବିବାହ କରୁଛ ବୋଲି ପଚାରିଥିବା ପ୍ରଶ୍ନର ଉତ୍ତରରେ ରଣବୀର ଉତ୍ତର ଦେଇଥିଲେ, ଖୁବ୍‌ ଶୀଘ୍ର। ରଣବୀରଙ୍କର ଏପରି ଉତ୍ତର ଦେଖିବା ପରେ ସମସ୍ତେ ଆଲିଆଙ୍କୁ ନେଇ ଏକ ରକମର ନିଶ୍ଚିତ ହୋଇଛନ୍ତି। ଅଭିନେତା ରଣବୀର ଖୁବ୍‌ ଶୀଘ୍ର ଆଲିଆଙ୍କୁ ବିବାହ କରିବେ ବୋଲି ଆଶା କରାଯାଉଛି। ତେବେ ଆଲିଆଙ୍କୁ ନେଇ ପ୍ରଥମ ଥର ପାଇଁ ନିଜର ମନ କଥା କହିଛନ୍ତି ରଣବୀରଙ୍କ ପିତା ଋଷି କପୁର । ସବୁ ଥର ନୂଆ ନୂଆ ଚରିତ୍ର ଉପରେ ଗବେଷଣା କରି ଅଭିନୟ କରୁଥିବାରୁ ଋଷି କପୁର ଆଲିଆଙ୍କର ଖୁବ୍‌ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, “ତାଙ୍କ ସାହସକୁ ଦେଖି ମୁଁ ଅନେକ ଖୁସି । ଚ୍ୟାଲେଞ୍ଜିଂ ରୋଲ କରିବା ପାଇଁ ସେ କେବେ ବି ପଛାନ୍ତି ନାହିଁ । ଫିଲ୍ମ ‘ହାଇେଓ୍ଵ’ ଏବଂ ‘ରାଜି’ ଦେଖିବା ପରେ ତାଙ୍କ ଅଭିନୟ ଦକ୍ଷତାରେ ମୁଁ ବହୁତ ଖୁସି ହେଲି” । ଖାଲି ଋଷି କପୁର ନୁହନ୍ତି ରଣବୀରଙ୍କ ମାଆ ନୀତୁ ସିଂ ମଧ୍ୟ ଆଲିଆଙ୍କୁ ଖୁବ୍‌ ପସନ୍ଦ କରନ୍ତି ବୋଲି ଜଣାପଡ଼ିଛି । ଏପରିକି ଆଲିଆଙ୍କ ଜନ୍ମଦିନ ପାଳନ କରିବା ପାଇଁ ସେ ବୁଲ୍‌ଗେରିଆ ଯାଇ ‘ବ୍ରହ୍ମାସ୍ତ୍ର’ର ସୁଟିଂ ସେଟ୍‌ରେ ପହଞ୍ଚି ତାଙ୍କ ତାଙ୍କ ଜନ୍ମଦିନ ପାଳନ କରିଥିଲେ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର