ନ୍ୟୁୟର୍କରେ ଚିକିତ୍ସିତ ହେବା ସମୟରେ ତିନିଟି ଫିଲ୍ମ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି ଋଷି କପୁର!

ମୁମ୍ବାଇ: ବଲିଉର ଲୋକପ୍ରିୟ ଅଭିନେତା ଋଷି କପୁର ବିଗତ କିଛି ମାସ ହେବ ନ୍ୟୁୟର୍କରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଖବର ଯେ ଋଷି କପୁର ନିଜର ଜନ୍ମଦିନ ପୂର୍ବରୁ ମୁମ୍ବାଇ ଫେରୁଛନ୍ତି।ଋଷିଙ୍କ ଜନ୍ମ ତାରିଖ ହେଲା ସେପ୍ଟେମ୍ବର ୪। ସେ ସେପ୍ଟେମ୍ବର ୨ ବା ୩ ତାରିଖରେ ମୁମ୍ବାଇ ଫେରିବେ ବୋଲି ଋଷି କପୁରଙ୍କ ଅନ୍ତରଙ୍ଗ ବନ୍ଧୁ ତଥା ପ୍ରଖ୍ୟାତ ଅଭିନେତା ଶକ୍ତି କପୁର କହିଛନ୍ତି।

photo-ndtv

ରିଆଲିଟି ସୋ’ ‘ଦ କପିଲ ଶର୍ମା ସୋ’ରେ ଅତିଥି ଭାବେ ଯୋଗ ଦେଇ ଶକ୍ତି କପୁର ଏକଥା କହିଛନ୍ତି। ଏହି ସୋ’ରେ ଶକ୍ତି କପୁରଙ୍କ ସହ ପଦ୍ମିନୀ କୋହ୍ଲାପୁରୀ ମଧ୍ୟ ଯୋଗ ଦେଇଥିଲେ ।‘ଦ କପିଲ ଶର୍ମା ସୋ’ରେ ଋଷିଙ୍କ ସହିତ ଅଭିନୟ ସମୟର କେତେକ ମଜାଦାର୍‌ କଥା ବଖାଣିଥିଲେ ପଦ୍ମିନୀ କୋହ୍ଲାପୁରୀ। ତେବେ ଶକ୍ତି କପୁର କହିଥିଲେ ଯେ ଋଷି କପୁର ତିନିଟି ନୂଆ ସିନେମା ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ରିତିକ ରୋଶନଙ୍କ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ଅଗ୍ନିପଥ’ପାଇଁ ତାଙ୍କୁ ଏସବୁ ଫିଲ୍ମ ମିଳିଛି ବୋଲି କହିଛନ୍ତି ଋଷି କପୁର।

ସମ୍ବନ୍ଧିତ ଖବର