ଜାଣନ୍ତୁ, ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ ଟୁଇଟ୍‌ କରି କି ଅଜବ ପ୍ରଶ୍ନ ପଚାରିଲେ ଋଷି କପୁର…

ମୁମ୍ବାଇ: ଅନେକ ସମୟରେ ନିଜର ବୟାନ ପାଇଁ କେବେ ଚର୍ଚ୍ଚାରେ ତ କେବେ ବିବାଦରେ ରହିଥାନ୍ତି ଅଭିନେତା ଋଷି କପୁର । ପୂର୍ବରୁ ତାଙ୍କର ଅନେକ ଟୁଇଟ୍‌ ତାଙ୍କୁ ଚର୍ଚ୍ଚାକୁ ଆଣିଥିବା ବେଳେ ଏବେ ସେ ଟିମ୍‌ ଇଣ୍ଡିଆକୁ ନେଇ ଏକ ଅଜବ ପ୍ରଶ୍ନ କରି ଚର୍ଚ୍ଚାରେ ରହିଛନ୍ତି ।

ସୂଚନା ମୁତାବକ, ସୋମବାର ବିସିସିଆଇ ୨୦୧୯ ବିଶ୍ୱକପ ପାଇଁ ୧୫ଜଣିଆ ଭାରତୀୟ କ୍ରିକେଟ ଟିମ୍‌ର ଘୋଷଣା କରିଥିଲେ । ଯାହା ପରେ ବଛା ଯାଇଥିବା ୧୫ଜଣ ଖେଳାଳିଙ୍କ ଫଟୋ ଟୁଇଟ୍‌ କରି ସେମାନେ ଦାଢ଼ି କାହିଁକି ରଖନ୍ତି ବୋଲି ପ୍ରଶ୍ନ କରିଥିଲେ ଋଷି କପୁର । ଫଟୋ ଟୁଇଟ୍‌ କରି, “ମୁଁ ଜାଣି ପାରୁନି ଆମ ଭାରତୀୟ ଖେଳାଳିମାନେ ଦାଢ଼ି କ’ଣ ପାଇଁ ରଖନ୍ତି? କ’ଣ ସମସ୍ତେ ସାମ୍‌ସନ୍‌? ଏମାନେ ବିନା ଦାଢ଼ିରେ ମଧ୍ୟ ସ୍ମାର୍ଟ ଲାଗନ୍ତି । ଏହା କେବଳ ମୋର ଅବଲୋକନ” ବୋଲି ଲେଖିଥିଲେ ଋଷି କପୁର । ନିଜ ଟୁଇଟ୍‌ରେ ଋଷି କପୁର ଯେଉଁ ସାମ୍‌ସନ୍‌ଙ୍କ ନାଁ ନେଇଛନ୍ତି, ସେ ହେଉଛନ୍ତି ପ୍ରାଚୀନ ଇସ୍ରାଏଲ ଯୋଦ୍ଧା । କୁହାଯାଏ କି ସାମ୍‌ସନ୍‌ଙ୍କ ଶକ୍ତି ତାଙ୍କ କେଶରେ ଥିଲା । ଯାହା ପାଇଁ ଥଟ୍ଟାରେ ଋଷି କପୁର ଭାରତୀୟ ଟିମ୍‌କୁ ସାମ୍‌ସନ୍‌ଙ୍କ ସହ ତଳନା କରି ଦେଇଥିଲେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର