ଟ୍ରେନରେ ମାଧୁରୀ ଦୀକ୍ଷିତଙ୍କୁ ସାଙ୍ଗରେ ଧରି ବୁର୍ଖା ପିନ୍ଧି ଯାଉଥିଲେ ଋଷି କପୁର, ବୁର୍ଖା ଖୋଲିଯିବାପରେ କ’ଣ ଘଟିଥିଲା ଜାଣନ୍ତି !

ମୁମ୍ବାଇ: ନିକଟରେ ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର ନିଜର ଜନ୍ମଦିନ ପାଳିଛନ୍ତି। ତାଙ୍କୁ ବହୁ ଶୁଭେଚ୍ଛା ମିଳିଥିଲା। ଏଥିମଧ୍ୟରୁ ମାଧୁରୀ ଦୀକ୍ଷିତଙ୍କ ମେସେଜ୍‌ ବି ମିଳିଥିଲା ତାଙ୍କୁ । ସେ ଏହି ଅବସରରେ ମାଧୁରୀ ଦୀକ୍ଷିତଙ୍କୁ ଧନ୍ୟବାଦ ଦେବା ସହ ଉଭୟଙ୍କର ଏକ ପୁରୁଣା ସ୍ମୃତିକୁ ତାଜା କରିଥିଲେ। ଏହି କଥାକୁ ଆଜି ଯାଏଁ ଭୁଲି ପାରିନାହାଁନ୍ତି ଏହି ଦୁଇ କଳାକାର।
ଋଷି କପୁର ଓ ମାଧୁରୀ ଦୀକ୍ଷିତ ଏକାଠି ‘ୟାରାନା’ଓ ପ୍ର୍ରେମଗ୍ରନ୍ଥ ଭଳି କେତେକ ସିନେମାରେ କାମ କରିଥିଲେ। ତେବେ ଦୁଇଟି ଯାକ ଫିଲ୍ମ ସୁପରଫ୍ଲପ୍‌ ହୋଇଥିଲା। ‘ୟାରାନା’ର ନିର୍ଦ୍ଦେଶନା ଦେଇଥିଲେ ହିଟ୍‌ ମେକର୍‌ ଡେଭିଡ ଧଓ୍ଵନ୍‌ ଓ ‘ପ୍ରେମଗ୍ରନ୍ଥ’ରନିର୍ଦ୍ଦେଶକ ଥିଲେଋଷି କପୁରଙ୍କ ସାନ ଭାଇ ରାଜୀବ କପୁର।
‘ୟାରାନା’ର ସୁଟିଂ ସମୟରେ ଏକ କଥା ସେ ମାଧୁରୀଙ୍କୁ ମନେ ପକାଇଥିଲେ।କୌଣସି କାରଣରୁ ଋଷି କପୁର ଓ ମାଧୁରୀ ଦୀକ୍ଷିତ ମୁମ୍ବାଇରୁ ହାଇଦ୍ରାବାଦ୍‌ ଟ୍ରେନ୍‌ରେ ଯିବାକୁ ପଡ଼ିଥିଲା।
ଋଷି କପୁର ଓ ମାଧୁରୀ ଦୀକ୍ଷିତ ଆଶଙ୍କା କରିଥିଲେ ଯେ,ଯଦି ସେ ଦୁହେଁ ଟ୍ରେନ୍‌ରେ ଯାତ୍ରା କରିବେ ତେବେ ସେମାନଙ୍କୁ ସମସ୍ତେ ଚିହ୍ନି ଦେବେ। ଫଳରେ ଯାତ୍ରାରେ ଅସୁବିଧା ହେବ।ଏଣୁ ସେ ଦୁହେଁ ବୁର୍ଖା ପିନ୍ଧି ନିଜ ନିଜର ମୁହଁକୁ ଲୁଚାଇ ଯାତ୍ରା କରିଥିଲେ।
ହେଲେ ପୁନେ ଷ୍ଟେସନ୍‌ ପାଖରେ ଅଚାନକ ଋଷି କପୁରଙ୍କ ବୁର୍ଖା ଖୋଲି ଯାଇଥିଲା। ତା’ପରେ ଲୋକେ ତାଙ୍କୁ ଚିହ୍ନି ନେଇଥିଲେ। ତା’ପରେ ସେ ଦୁହିଁଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ମାଧୁରୀ ଦୀକ୍ଷିତ ବି ସେଦିନର କଥାକୁ ଭୁଲି ନାହାନ୍ତି। ସେ କଥା ଭାବିଲେ ହସ ଲାଗେ ବୋଲି ମାଧୁରୀ କହିଥିଲେ। ୟାରାନା ଫ୍ଲପ୍‌ ହେବାପରେ କୁହାଗଲା ଏହି ଯୋଡି ଅନଲକି। କିନ୍ତୁ ସେହି କାହାଣୀକୁ ନେଇ ତିଆରି ହୋଇଥିବା ଫିଲ୍ମ ‘ଅଗ୍ନିସାକ୍ଷୀ’ ହିଟ୍‌ ହୋଇଥିଲା।

 

ସମ୍ବନ୍ଧିତ ଖବର