ସତେଇଶ ବର୍ଷ ବୟସ୍କା ବ୍ରିଟିସ୍ ପପ୍ ଗାୟିକା ଓ ଅଭିନେତ୍ରୀ ରିଟା ଓରା, ସୁନା ଦାନ୍ତ ଲଗାଇ ଚର୍ଚ୍ଚାରେ। ତାଙ୍କର ଦାନ୍ତ ବେଶ୍ ସୁସ୍ଥ-ସବଳ ଓ ମଜଭୁତ ଅଛି। ସେ ନିଜର ପ୍ରାକୃତିକ ଦାନ୍ତ କାଢ଼ିନାହାନ୍ତି। ତେବେ, ପ୍ରଶଂସକଙ୍କୁ ଚମତ୍କତ କରିବା ପାଇଁ ପ୍ରାକୃତିକ ଦାନ୍ତ ଉପରେ ସୁନା ଦାନ୍ତ ଥାପିଛନ୍ତି, ଯାହା ଏ ଭଳି କୌଶଳରେ ନିର୍ମିତ ଯେ, ଯେତେ ଥର ଚାହିଁବ ଲଗାଇହେବ ଏବଂ କାଢ଼ିହେବ। ତାଙ୍କ ସୁନା ଦାନ୍ତ-ପିନ୍ଧା ଛବି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି। ତେବେ, ପ୍ରଶଂସକମାନେ ଆଦୌ ପସନ୍ଦ କରୁ ନ ଥିବା ଜଣାପଡ଼ିଛି। ଅନେକ ତାଙ୍କ ନିନ୍ଦା କରିବାକୁ ବି ପଛେଇନାହାନ୍ତି। ସୁନା ଦାନ୍ତ ଲଗାଇ, ତାଙ୍କ ମୁହଁ ବିକୃତ ଦିଶୁଛି। ଆପଣମାନେ ବି ଦେଖିପାରନ୍ତି ଫଟୋରେ। ଉଲ୍ଲେଖଯୋଗ୍ୟ ଯେ, ରିଟା ଏହି ଅବତାରରେ ଏକ ମିଉଜିକ୍ ଭିଡିଓ ମଧ୍ୟ ବନାଇଛନ୍ତି। ଏଥିରେ ସେ ଏକ ବିଶାଳ ଗାଡ଼ି ଭିତରେ ବସି ନାଚୁଥିବା-ଗାଉଥିବାର ଦୃଶ୍ୟ ଅଛି।
ସୁନା ଦାନ୍ତ ପାଇଁ ଚର୍ଚ୍ଚାରେ ରିଟା!
/sambad/media/post_attachments/wp-content/uploads/2018/01/rita_ora_gold.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)