ମୁମ୍ବାଇ: ଗତକାଲି ବିଳମ୍ବିତ ରାତିରେ ରାଜ୍ କପୁରଙ୍କର କନ୍ୟା ତଥା ଅମିତାଭ ବଚ୍ଚନଙ୍କ ସମୁଦୁଣୀ ଋତୁ ନନ୍ଦଙ୍କର ପରଲୋକ ହୋଇଛି। ଋତୁ ନନ୍ଦ ବ୍ୟବସାୟୀ ରାଜନ ନନ୍ଦଙ୍କୁ ବିବାହ କରିଥିଲେ। ତାଙ୍କ ମୃତ୍ୟୁ ପରେ ଅମିତାଭ ବଚ୍ଚନ ଟ୍ବିଟ୍ରରେ ଶୋକ ପ୍ରକାଶ କରି ଲେଖିଛନ୍ତି କି ‘ମୋ ସମୁଦୁଣୀ ତଥା ଝିଅ ଶ୍ବେତା ନନ୍ଦର ଶାଶୂ ଋତୁ ନନ୍ଦଙ୍କର ଗତକାଲି ରାତି ୧.୧୫ ବେଳେ ପରଲୋକ ଘଟିଛି। ମୁଁ ଯାତ୍ରା କରୁଥିବା କାରଣରୁ କାହା ସହ ଯୋଗାଯୋଗ କରିପାରିବି ନାହିଁ।’
ଋତୁ ନନ୍ଦଙ୍କ ଦେହାନ୍ତ ପରେ ଋଷି କପୁରଙ୍କ ପତ୍ନୀ ତଥା ତାଙ୍କ ଭାଉଜ ନିତୁ କପୁର ଇନ୍ଷ୍ଟା ପୋଷ୍ଟ୍ କରି ଲେଖିଛନ୍ତି, ‘ମୋର ପ୍ରିୟ। ତୁମ ଆତ୍ମାର ସଦ୍ଗଦି ହେଉ।’
ଋତୁ ନନ୍ଦଙ୍କ ଝିଆରୀ ତଥା ଋଷି-ନିତୁଙ୍କ ଝିଅ ରିଧିମା କପୁର ଇନ୍ଷ୍ଟାଗ୍ରାମ୍ରେ ଲେଖିଛନ୍ତି, ‘ମୁଁ ଜୀବନରେ ଭେଟିଥିବା ସବୁଠାରୁ ବିନମ୍ର ମଣିଷ। ଈଶ୍ବର ଆଉ ତୁମ ପରି ଲୋକ ଗଢୁନାହାନ୍ତି। ସବୁବେଳେ ମନେ ପଡ଼ିବ ବୁଆ।’
ଋତୁ ନନ୍ଦ ଅଧିକାଂଶ ସମୟରେ କପୁର ପରିବାରର ଗେଟ୍-ଟୁଗେଦର୍ ଫଟୋରେ ନଜର ଆସିଥାନ୍ତିି। ନିତୁ କପୁର ଅନେକ ସମୟରେ ଋତୁ ନନ୍ଦଙ୍କ ସହ ତାଙ୍କ ଫଟୋ ପୋଷ୍ଟ୍ କରିଥାନ୍ତି।
ନିକଟରେ ସେ ତାଙ୍କ ପୁଅ ତଥା ଅମିତାଭ ବଚ୍ଚନଙ୍କ ଜ୍ବାଇ ନିଖିଲ୍ ନନ୍ଦ, ଝିଅ ନିତାଶା ନନ୍ଦ, ବୋହୂ ଶ୍ବେତା ବଚ୍ଚନ ନନ୍ଦ, ରାଜ୍ କପୁରଙ୍କ ସାନ ଝିଅ ତଥା ଋତୁ ନନ୍ଦଙ୍କ ଭଉଣୀ ରିମା ଜୈନ୍ଙ୍କ ସମେତ ଅନ୍ୟ କପୁର ପରିବାରର ସଦସ୍ୟଙ୍କ ସହ ଏପ ପାରିବାରିକ ଲଞ୍ଚ୍-ପାର୍ଟିରେ ନଜର ଆସିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/ritu-nanda-death-1578982415.jpg)