ମୁମ୍ବାଇ: ଗ୍ଲାମରସ ହିରୋଇନ୍‌ ୟାମୀ ଗୌତମ୍‌ ଏବେ ତାଙ୍କର ନୂଆ ସିନେମା ‘ଗୁଲ୍‌ ବତୀ ମିଟର ଚାଲୁ’ର ସୁଟିଂକୁ ନେଇ ବ୍ୟସ୍ତ ଅଛନ୍ତି। ଏଣେ ସେ ତାଙ୍କର ଅନ୍ୟ ଏକ ସିନେମା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ଏହି ସିନେମା ହେଲା ‘କ୍ରିସ୍‌ -ଫୋର’ ।

Advertisment

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନ୍‌ ତାଙ୍କର ଅପକମିଂ ଫିଲ୍ମ ‘କ୍ରିସ୍‌ ଫୋର୍‌’ର ଷ୍ଟାର୍‌କାଷ୍ଟ ଏବେ ଫାଇନାଲ୍‌ କରୁଛନ୍ତି । ଏଥିରେ ନାୟକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି ରିତ୍ୱିକ୍‌ ରୋଶନ୍‌। ଏଥିରେ ରିତ୍ୱିକ୍‌ଙ୍କ ବିପକ୍ଷରେ କିଏ ନାୟିକା ହେବେ, ତାହା ଏଯାବତ୍‌ ଘୋଷିତ ହୋଇ ନଥିଲେ ହେଁ, ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରିତିକଙ୍କ ସହିତ ଗୌତମ୍‌ଙ୍କୁ ଏହି ଫିଲ୍ମରେ ନିଆଯିବ ।

ୟାମୀ ଇତିମଧ୍ୟରେ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା କୁହାଯାଉଛି । ‘କ୍ରିସ ଫୋର୍‌’ ଏକ ସୁପରହିରୋ ସିନେମା ହୋଇଥିବା ହେତୁ ଏଥିରେ ୟାମୀଙ୍କୁ ଦମ୍‌ଦାର ଆକ୍ସନ୍‌ ରୋଲ୍‌ ରହିଛି । କୁହାଯାଉଛି ଯେ ଏଥିପାଇଁ ୟାମୀ ନିୟମିତ ଜିମ୍‌କୁ ଯାଇ ବ୍ୟାୟାମ କରୁଛନ୍ତି । ସେ ନିଜର ବଡ଼ି ବନାଉଥିବା ଫଟୋ, ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ଏଠାରେ ସୂଚନାଯୋଗ୍ୟ ଯେ ପୂର୍ବରୁ ୟାମୀ ଗୌତମ ରିତ୍ୱିକ୍‌ ରୋଶନଙ୍କ ସହିତ ଏକ ଫିଲ୍ମ ‘କାବିଲ୍‌’ରେ ନଜର ଆସିଥିଲେ । ୨୦୧୭ରେ ରିଲିଜ ହୋଇଥିବା ଏହି ଫିଲ୍ମରେ ରିତ୍ୱିକ୍‌୍‌ -ୟାମୀଙ୍କ ଯୋଡ଼ିକୁ ଦର୍ଶକ ବେଶ ପସନ୍ଦ କରିଥିଲେ । ଖାଲି ସେତିକି ନୁହେଁ, ଏହା ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା ।