୧୩ବର୍ଷ ବୟସ୍କା ଅଭିନେତ୍ରୀଙ୍କୁ ୪୦ଲକ୍ଷର କାର୍ ଉପହାର ଦେଲେ ମା’, ଲୋକେ ପଚାରିଲେ-ଡିଏଲ ଅଛି ତ?

ମୁମ୍ବାଇ: ଶିଶୁ କଳାକାର ରିବା ଆରୋରା ବଲିଉଡ ଓ ଟେଲିଭିଜନ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ କାମ କରିଥିବା ରିବାଙ୍କର ‌ସୋସିଆଲ ମିଡିଆରେ ମଧ୍ୟ ଲକ୍ଷ ଲକ୍ଷ ଫଲୋଓ୍ବର୍ସ ଅଛନ୍ତି। ନିକଟରେ ‌ସେ କରଣ କୁନ୍ଦ୍ରାଙ୍କ ସହିତ ମ୍ୟୁଜିକ୍ ଭିଡିଓ କରି ଚର୍ଚ୍ଚାକୁ ଆସିଥିଲେ। ଏହି ମ୍ୟୁଜିକ୍ ଭିଡିଓକୁ ନେଇ ବିବାଦ ମଧ୍ୟ ହୋଇଥିଲା। ବର୍ତ୍ତମାନ ଅଭିନେତ୍ରୀଙ୍କ ଫଲୋୱର ସଂଖ୍ୟା ୧୦ମିଲିୟନରେ ପହଞ୍ଚିବା ପରେ ତାଙ୍କ ମା’ ତାଙ୍କୁ ୪୦ଲକ୍ଷ ଟଙ୍କାର ଅଡି କ୍ୟୁ୩ ଉପହାର ଦେଇଛନ୍ତି।

ଏହାର ଫଟୋ ଇନଷ୍ଟାରେ ସେୟାର କରି ରିବା ନିଜର ଖୁସି ବ୍ୟକ୍ତ କରିଥିବା ବେଳେ ଲୋକ‌େ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ପ୍ରଥମେ ଡ୍ରାଇଭିଙ୍ଗ ଲାଇସେନ୍ସ କର। ଅନ୍ୟଜଣେ ବ୍ୟବହାରକାରୀ ଲେଖିଛି, ସରକାର ଇନଷ୍ଟାଗ୍ରାମ ଉପରେ ପ୍ରତିବନ୍ଧକ ଲଗାଇବା ଆବଶ୍ୟକ। ତେବେ କିଛି ତାଙ୍କୁ ଟ୍ରୋଲ କରୁଥିଲେ ବି ତାଙ୍କ ପ୍ରଶଂସକ ଅଭିନେତ୍ରୀଙ୍କ ଖୁସିରେ ଖୁସିଥିବା କହିଛନ୍ତି।

 

View this post on Instagram

 

A post shared by Riva Arora (@rivarora_)

ଏହି ଅଭିନେତ୍ରୀ ୨୦୧୧ ମସିହାରେ ଚଳଚ୍ଚିତ୍ର ‘ରକଷ୍ଟାର୍’ ସହିତ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଏହା ପରେ ସେ ଫିଲ୍ମ ‘ମମ୍’, ‘ଉରି: ଦି ସର୍ଜିକାଲ୍ ଷ୍ଟ୍ରାଇକ୍’, ‘ଗୁଞ୍ଜନ ସକ୍ସେନା: ଦି କାର୍ଗିଲ୍ ଗର୍ଲ’ ଆଦିରେ ଅଭିନୟ କରିଥିଲେ। ସେ ଅନେକ ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି ଏବଂ ସେ ଜଣେ ଇନଷ୍ଟାଗ୍ରାମ ଇନଫ୍ଲୁଏନ୍ସର ମଧ୍ୟ।

ସମ୍ବନ୍ଧିତ ଖବର