ପୁଣି ଏନ୍‌ସିବିରେ ହାଜର ହେଲେ ରିୟା

ପ୍ରାୟ ୩ ମାସ ପରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ଗତକାଲି ମୁମ୍ବାଇର ବାନ୍ଦ୍ରାଠାରେ ଦେଖିବାକୁ ମିଳିଥିଲା। ନୂଆ ଘର ଖୋଜିବାକୁ ଭାଇ ସୌଭିକଙ୍କ ସହ ବାନ୍ଦ୍ରାରେ ବୁଲୁଥିବା ବେଳେ ସେ ସମସ୍ତଙ୍କ ନଜରକୁ ଆସିଥିଲେ। ଆଜି ପୁଣି ସେ ଏନ୍‌ସିବି କାର୍ଯ୍ୟାଳୟ ସାମ୍ନାରେ ନଜର ଆସିଛନ୍ତି। ତାଙ୍କ ସହ ତାଙ୍କ ଭାଇ ସୌଭିକ ଚକ୍ରବର୍ତୀ ଓ ବାପା ଇନ୍ଦ୍ରଜିତ୍‌ ଚକ୍ରବର୍ତୀ ବି ଥିଲେ। ରିୟା ଏନ୍‌ସିବି କାର୍ଯ୍ୟାଳୟରେ ନିଜ ଉପସ୍ଥାନ ପକାଇବାକୁ ହାଜର ହୋଇଥିଲେ। ଭାଇ ସୌଭିକ ବି ଉପସ୍ଥାନ ପକାଇଛନ୍ତି। ଜାମିନରେ ଜେଲ୍‌ରୁ ମୁକ୍ତ ହେବା ପରେ ସମୟ-ସମୟରେ ଏନ୍‌ସିବି ସମ୍ମୁଖରେ ଉପସ୍ଥିତ ହେବା ସେମାନଙ୍କ ପାଇଁ ଆବଶ୍ୟକ ଓ ଏହା ଜାମିନ୍‌ର ନିୟମ ମଧ୍ୟ।

ସମ୍ବନ୍ଧିତ ଖବର