ସ୍ବତନ୍ତ୍ର କୋର୍ଟ ପୁଣିଥରେ ଅଭିନେତ୍ରୀ ରିୟା ଚକ୍ରବର୍ତୀ ଓ ଭାଇ ସୌଭିକ୍ ଚକ୍ରବର୍ତୀଙ୍କ ହାଜତ ମିଆଦକୁ ଆଉ ୧୪ ଦିନ ବଢ଼ାଇ ଦେଇଛନ୍ତି। ଆଜି ସେମାନଙ୍କ ବିଚାର ବିଭାଗୀୟ ହାଜତରେ ରହିବାର ଶେଷ ଦିନ ଥିଲା। ଅନ୍ୟପଟେ ଜାମିନ୍ ପାଇଁ ରିୟା ଓ ସୌଭିକ୍ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତାକାଲି(ବୁଧବାର) ଉଭୟଙ୍କ ଜାମିନ ଆବେଦନର ରାୟ ପ୍ରକାଶ ପାଇବ। ଯଦି ହାଇକୋର୍ଟ ଜାମିନ ମଞ୍ଜୁର କରନ୍ତି, ତେବେ ଦୁହେଁ ଜେଲ୍ରୁ ମୁକୁଳିବେ। ଗତଥର ସେମାନଙ୍କ ବିଚାର ବିଭାଗୀୟ ଜେଲ୍ରେ ରହିବା ଅବଧି ବଢ଼ିବା ପରେ ଏନ୍ସିବି ଜେଲ୍ରେ ସୌଭିକ୍ଙ୍କ ବୟାନ ରେକର୍ଡ କରିଛି। ଅନ୍ୟପଟେ ରିୟାଙ୍କୁ ଜେଲ୍ରୁ ମୁକ୍ତ କରିବାକୁ ବଲିଉଡ୍ର କିଛି ସେଲିବ୍ରିଟି ଅନ୍ଲାଇନ୍ ଅଭିଯାନ ଆରମ୍ଭ କରିଛନ୍ତି। ଚଳଚ୍ଚିତ୍ର ନିର୍ମାତା ଅନୁଭବ ସିହ୍ନା ଆଜି ଟ୍ବିଟ୍ କରି ଲେଖିଛନ୍ତି, ‘ପ୍ରାୟ ଏକ ମାସ ହେଲା ସେ ଝିଅ ଜେଲ୍ରେ ଅଛି। ସତରେ!! ରିୟାଙ୍କୁ ଜେଲ୍ରୁ ମୁକ୍ତ କରାଯାଉ।’ ଅଭିନେତ୍ରୀ ସ୍ବରା ଭାସ୍କର ଓ କନିକା ଡିଲୋନ୍ ବି ରିୟାଙ୍କ ମୁକ୍ତି ପାଇଁ ସ୍ବର ଉଠାଇଛନ୍ତି।
୧୪ଦିନ ବଢ଼ିଲା ରିୟା ଓ ସୌଭିକଙ୍କ ହାଜତ ମିଆଦ
/sambad/media/post_attachments/wp-content/uploads/2020/08/riya-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)