କୋଣାର୍କ ଇକୋ ରିଟ୍ରିଟ୍‌ରେ ରିୟା

ଓଲିଉଡ୍‌ର ଚୁଲ୍‌ବୁଲି ନାୟିକା ରିୟା ଦେ ନୂଆବର୍ଷ ଉପଲକ୍ଷେ କୋଣାର୍କ ରିଟ୍ରିଟ୍‌ରେ ବୁଲୁଛନ୍ତି। ଏନେଇ ରିୟା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ନବବର୍ଷକୁ ସ୍ବାଗତ କରିବା ସହ ପ୍ରଶଂସକଙ୍କୁ ନୂଆବର୍ଷ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ରିୟା ମହାପ୍ରଭୁ ଜଗନ୍ନାଥଙ୍କୁ ମଧ୍ୟ ସ୍ମରଣ କରି ‘ଜୟ ଜଗନ୍ନାଥ’ ଲେଖିଛନ୍ତି। ଫଟୋରେ ରିୟା ସବୁଜ ଓ କଳା ରଙ୍ଗର ଡ୍ରେସ୍‌ରେ ଷ୍ଟାଇଲିସ୍ ପୋଜ୍ ଦେଇ ଛିଡ଼ା ହୋଇଛନ୍ତି। ରିୟାଙ୍କ ଫଟୋକୁ ପ୍ରଶଂସକମାନେ ଲାଇକ୍ ଦେବା ସହିତ ନୂଆବର୍ଷର ଅଭିନନ୍ଦନ ଜଣାଇଛନ୍ତି। ତେବେ ରିୟା ଏହି ବେଳାଭୂମି ଭ୍ରମଣକୁ ନେଇ ଖୁବ୍ ଖୁସି ଥିବା ଦେଖାଯାଉଛି।

ସମ୍ବନ୍ଧିତ ଖବର