ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତୀଙ୍କୁ ସିବିଆଇ ଜେରା ଚାଲିଥିବା ବେଳେ ରିୟାଙ୍କ ଛାତ୍ରୀ ଜୀବନ ବାବଦରେ କିଛି କଥା ଉନ୍ମୋଚନ କରିଛି ଇଣ୍ଡିଆ ଟୁଡେ। ରିୟାଙ୍କ ବାପା ଆର୍ମିରେ ଥିବାରୁ ତାଙ୍କୁ ଗୋଟେ ସ୍କୁଲ୍ରୁ ଅନ୍ୟ ସ୍କୁଲ୍ରେ ପଢ଼ିବାକୁ ପଡ଼ିଥିଲା। ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ସେ ଆଗ୍ରାର ଶୀର୍ଷ ସ୍ଥାନରେ ଥିବା ସେଣ୍ଟ୍ କ୍ଲେୟାର୍ସ ସିନିୟର ସେକେଣ୍ଡାରି ସ୍କୁଲ୍ରେ ପଢ଼ିଥିଲେ। ରିୟାଙ୍କୁ ୫ମରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ାଇଥିବା ଜଣେ ସ୍କୁଲ୍ ଶିକ୍ଷକ କହିଛନ୍ତି, ରିୟା ଜଣେ ମେଧାବୀ ଛାତ୍ରୀ ଥିଲେ। ସେଥିପାଇଁ ସେ ଶିକ୍ଷକ ଓ ବରିଷ୍ଠ ଛାତ୍ରଛାତ୍ରୀମାନଙ୍କର ମଧ୍ୟ ପ୍ରିୟ ଥିଲେ। ରିୟା ପ୍ରଥମ ଦିନ ନିଜ ବାବଦରେ ସୂଚନା ଦେବା ବେଳେ ସେ ପାରାଚ୍ୟୁଟ ହେୟାର ଅଏଲ୍ର ବିଜ୍ଞାପନରେ ଅଭିନୟ କରିଥିବା କଥା ମଧ୍ୟ କହିଥିଲେ। ଗଭୀର ଆତ୍ମବିଶ୍ବାସୀ ଓ ବୁଦ୍ଧିମାନ ଛାତ୍ରୀ ଭାବେ ପରିଗଣିତ ହେଉଥିଲେ। ଯେକୌଣସି ପ୍ରଶ୍ନର ଚଟାପଟ ଉତ୍ତର ଦେଉଥିଲେ। ଆଉ ଜଣେ ଶିକ୍ଷକଙ୍କ କହିବା ମୁତାବକ, ସ୍କୁଲ୍ର ବାଳିକା ବାସ୍କେଟ୍ ବଲ୍ ଦଳରେ ରିୟା ଥିଲେ ସବୁଠୁ କନିଷ୍ଠ ଖେଳାଳି।
ସ୍କୁଲ୍ରେ ମେଧାବୀ ଥିଲେ ରିୟା
/sambad/media/post_attachments/wp-content/uploads/2020/08/riya-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)