ରୀୟାଙ୍କ ଭୂମିକା ବିବାହ ପୂର୍ବରୁ ଓ ପରେ କିପରି ବଦଳୁଛି ,ଜାଣିବାକୁ ଚାହାଁନ୍ତି କି ?

ଭୁବନେଶ୍ୱର: ଓଲିଉଡର ଚୁଲୁବୁଲି ନାୟିକା ରୀୟା ଦେ ଏବେ ତାଙ୍କର ଦୁଇଟି ଆଗାମୀ ସିନେମାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି । ଏଥିମଧ୍ୟରୁ ‘ଦିଓ୍ଵାନା ହେଲି ତୋ’ ପାଇଁ ଓ ଅନ୍ୟଟି ହେଲା ‘ଯୋଉଠି ଥିଲେ ବି ତୁ ମୋର’ ।
‘ଯୋଉଠି ଥିଲେ ବି ତୁ ମୋର ’ରେ ନିଜ ଭୂମିକାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ରୀୟା । ଏହି ଫିଲ୍ମର କାହାଣୀରେ ରହିଛି ତିନିଟି ମୁଖ୍ୟ ଚରିତ୍ର । ଏହି ଚରିତ୍ରରେ ଅଛନ୍ତି ଯଥାକ୍ରମେ ସମ୍ବିତ୍‌ , ରୀୟା ଓ ଆର୍ଯ୍ୟନ୍‌ ଦାଶ କୁମାର । ଏ ତିନିଜଣଙ୍କ ପ୍ରେମ କାହାଣୀକୁ ନେଇ ଫିଲ୍ମଟି ଗତିଶୀଳ ହୋଇଛି । ଏଥିରେ ରୀୟାଙ୍କ ଅଭିନୀତ ଚରିତ୍ରର ନାଆଁ ହେଲା ପାୟଲ୍‌ । ଅପରପକ୍ଷରେ ସମ୍ବିତଙ୍କୁ ଏହି ସିନେମାରେ ସାଗର ଚରିତ୍ରରେ ଦେଖିବାକୁ ମିଳିବ । ଠିକ୍‌ ସେହିପରି ଆର୍ଯ୍ୟନଙ୍କ ଚରିତ୍ରର ନାଆଁ ରହିଛି ଆକାଶ ।
ହଁ ‘ଯୋଉଠି ଥିଲେ ବି ତୁ ମୋର’ ସିନେମାର ପ୍ରେମ ତ୍ରିକୋଣରେ ଜବରଦସ୍ତ ସସପେନ୍‌ସ ରହିଛି ବୋଲି ରୀୟା ଦେ କହିଛନ୍ତି । ରୀୟା କହନ୍ତି ଯେ ଅନୁଯାୟୀ ଏଥିରେ ଏକ ଶକ୍ତିଶାଳୀ ଚରିତ୍ର ତାଙ୍କୁ ମିଳିଛି, ଯାହା ପୂର୍ବରୁ କେବେ ବି ମିଳି ନ ଥିଲା କି ନିକଟ ଭବିଷ୍ୟତରେ ମିଳିବ କି ନା, ତାକୁ ନେଇ ସେ ସନ୍ଦେହରେ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ଅଭିନୀତ ଚରିତ୍ରରେ ଦୁଇଟି ସେଡ୍‌ ରହିଛି । ଗୋଟିଏ ବିବାହ ପୂର୍ବରୁ ଓ ଅନ୍ୟଟି ବିବାହ ପରେ ।


ଏହି ଫିଲ୍ମରେ ଆରମ୍ଭରେ ରୀୟାଙ୍କୁ ଦେଖିବାକୁ ମିଳିବ ଏକ ଫନ୍‌ ଲଭିଂ ସିଂପଲ୍‌ ଗର୍ଲ ଭୂମିକାରେ, ହେଲେ ପରେ ପରେ ଚରିତ୍ରର ଦିଗ ସଂପୂର୍ଣ୍ଣ ବଦଳିଯାଇଛି । ଆଉ ଅଧିକ ବିଷୟରେ ଜାଣିବାକୁ ହେଲେ ଆପଣଙ୍କୁ ଶ୍ରୀକାନ୍ତ ଗୌତମଙ୍କ ନିର୍ଦ୍ଦେଶିତ ‘ ଯୋଉଠି ଥିଲେ ବି ତୁ ମୋର’ର ରିଲିଜ୍‌ ଯାଏଁ ଅପେକ୍ଷା କରିବାକୁ ପଡ଼ିବ ।

ସମ୍ବନ୍ଧିତ ଖବର