ଏହି ନିର୍ଦ୍ଦେଶକମାନଙ୍କ ସହ ଦ୍ୱିତୀୟ ଥର କାମ କରି ନାହାନ୍ତି ରୀୟା ଦେ !

ଓଲିଉଡର ଅନ୍ୟତମ ହଟ୍‌ ହିରୋଇନ୍‌ ରୀୟା ଇତିମଧ୍ୟରେ ସାତବର୍ଷ ବିତାଇ ସାରିଲେଣି । ୨୦୧୦ରେ ରିଲିଜ୍‌ ହୋଇଥିବା ‘ ପ୍ରେମ ଅଢେଇ ଅକ୍ଷର’ ଥିଲା ରୀୟାଙ୍କ ଅଭିନୀତ ପ୍ରଥମ ସିନେମା । ଏହାର ନିର୍ଦ୍ଦେଶନା ଦେଇଥିଲେ ସୁଧାକର ବସନ୍ତ । ସଂଯୋଗବଶତଃ ଏହା ହେଉଛି ନିର୍ଦ୍ଦେଶକ ସୁଧାକର ବସନ୍ତଙ୍କର ଦ୍ୱିତୀୟ ସିନେମା ।

‘ପ୍ରେମ ଅଢେଇ ଅକ୍ଷର’ ପରେ ରୀୟା ଦେ ଇତିମଧ୍ୟରେ ସତରଟି ଓଡ଼ିଆ ଛବିରେ ଅଭିନୟ କରିସାରିଲେଣି । ସେ ଓଲିଉଡର ଅଧିକାଂଶ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ସହ କାମ କରିବାର ମଧ୍ୟ ସୁଯୋଗ ପାଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ସୁଧାକର ବସନ୍ତ, ସୁଧାଂଶୁ ମୋହନ ସାହୁ, ଅଶୋକ ପତି, ସୁଶାନ୍ତ ମଣି, ହିମାଂଶୁ ପରିଜା, ଦିଲୀପ ପଣ୍ଡା, ନିଶିକାନ୍ତ ଦଳବେହେରା, ତାପସ ସରଘରିଆ ଓ ଶ୍ରେଳେନ୍ଦ୍ର ପରିଡ଼ା ପ୍ରମୁଖ ।

ହେଲେ ଆପଣ ଜାଣନ୍ତି କି ଯେଉଁ ନିର୍ଦ୍ଦେଶକଙ୍କ ଫିଲ୍ମରୁ ଓଲିଉଡରେ ହିରୋଇନ୍‌ଭାବେ ଏଣ୍ଟ୍ରି ନେଇଥିଲେ ରୀୟା, ତାଙ୍କ ସହିତ ସେ ଆଉ କାମ କରିବାର ସୁଯୋଗ ପାଇନାହାଁନ୍ତି । ହଁ ସୁଧାକର ବସନ୍ତ ‘ ପ୍ରେମ ଅଢେଇ ଅକ୍ଷର’ ପରେ ବର୍ଷା ପ୍ରିୟଦର୍ଶନୀଙ୍କ ସମେତ ଅନ୍ୟ ନାୟିକାଙ୍କୁ ନିଜ ସିନେମାରେ ନେଇଛନ୍ତି । ହେଲେ ସେ ଦ୍ୱିତୀୟ ଥର ଲାଗି ରୀୟାଙ୍କ ସହିତ କୌଣସି ଫିଲ୍ମରେ କାମ କରିନାହାନ୍ତି । ଅବଶ୍ୟ ନୃତ୍ୟ ନିର୍ଦ୍ଦେଶକ ରୂପେ ସୁଧାକର ବସନ୍ତଙ୍କ ନିର୍ଦ୍ଦେଶନା କାମ କେତେକ ଓଡ଼ିଆ ଛବିରେ କାମ କରିଛନ୍ତି ରୀୟା ।

ଠିକ୍‌ ସେହିପରି ରୀୟା ଦେ ନିର୍ଦ୍ଦେଶକ ନିଶିକାନ୍ତ ଦଳବେହେରା, ତାପସ ସରଘରିଆ ଓ ଶ୍ରେଳେନ୍ଦ୍ର ପରିଡ଼ାଙ୍କ ସହ ମଧ୍ୟ ଥରଟିଏ କାମ କରିଛନ୍ତି। ନିଶିକାନ୍ତ ଦଳବେହେରାଙ୍କ ସହ ରୀୟା କେବଳ ଗୋଟିଏ ସିନେମା କାମ କରିଛନ୍ତି। ଏହି ସିନେମା ହେଲା ‘ଏମିତି ବି ପ୍ରେମ ହୁଏ’। ଏଥିରେ ସବ୍ୟସାଚୀଙ୍କ ସହ ନଜର ଆସିଥିଲେ ଏହି ହଟ୍‌ ନାୟିକା। ଏବେକାର ହଟ୍‌ ନିର୍ଦ୍ଦେଶକ ତାପସ ସରଘରିଆଙ୍କ ନିର୍ଦ୍ଦେଶନାରେ ରୀୟା କେବଳ ଗୋଟିଏ ସିନେମା ‘କଳକୀ’ରେ ନାୟିକା ସାଜିଥିଲେ। ଏଥିରେ ଅରିନ୍ଦମଙ୍କ ସହ ନଜର ଆସିଥିଲେ ଏହି ହଟ୍‌ ନାୟିକା ରୀୟା ଦେ। ଏହାପରେ ସେ ଶୈଳେନ୍ଦ୍ର ପରିଡାଙ୍କ ନିର୍ଦ୍ଦେଶିତ‘କଥା ଦେଲି ମଥା ଛୁଇଁ’ରେ ନବାଗତ ଅମନ୍‌ ଏବଂ ଜଣାଶୁଣା ନାୟକ ଅଭିଷେକଙ୍କ ବିପକ୍ଷରେ ନାୟିକା ସାଜିଥିଲେ। ଏହା ମଧ୍ୟ ତାଙ୍କର ଶୈଳେନ୍ଦ୍ର ପରିଡାଙ୍କ ସହ ପ୍ରଥମ ଏବଂ ଅନ୍ତିମ ସିନେମା।

ନିର୍ଦ୍ଦେଶକ ନିଶିକାନ୍ତ ଦଳବେହେରା ଓ ତାପସ ସରଘରିଆ ଅନ୍ୟ ନାୟିକାଙ୍କସହ ପରବର୍ତ୍ତୀ ସମୟରେ କାମ କରିଛନ୍ତି,କିନ୍ତୁ ରୀୟାଙ୍କୁ ନେଇନାହାନ୍ତି। ନିଶିକାନ୍ତ ଦଳବେହେରା‘ଏମିତି ବି ପ୍ରେମ ହୁଏ’ପରେ ଅଧିକାଂଶ ସିନେମାରେ ନୂଆ ନାୟିକା ବା ଅଳ୍ପ ପରିଚିତା ନାୟିକାଙ୍କୁ ନିଜ ସିନେମାରେ ନେଇଛନ୍ତି। ଅପରପକ୍ଷରେ ତାପସ ସରଘରିଆ ‘କଳକୀ’ପରେ ଅନ୍ୟ ଯେଉଁ ଓଡ଼ିଆ ଛବି ତିଆରି କରିଛନ୍ତି ସେଥିରେ ନବାଗତା ଭୂମିକା ଦାଶଙ୍କୁ ନାୟିକାଭାବେ ନେଇଛନ୍ତି। ସେ ଏହାପରେ ‘ତୁ ମୋ’ ଲଭଷ୍ଟୋରି’ ଏବଂ ‘ ହିରୋ ନଂ ୧’ ଭଳି ସିନେମା ତିଆରି କରିଛନ୍ତି ଯେଉଁଥିରେଭୂମିକା ଦାଶଙ୍କୁ ନାୟିକାଭାବେ ନେଇଛନ୍ତି। ଅର୍ଥାତ୍‌ ତାପସଙ୍କ ସହ ଦ୍ୱିତୀୟ ଥରପାଇଁ କାମ କରିନାହାନ୍ତି ରୀୟା ଦେ।

ସମ୍ବନ୍ଧିତ ଖବର