ଭୁବନେଶ୍ବର: ଓଲିଉଡରେ ଏମିତି କିଛି ନାୟିକା ଅଛନ୍ତି,  ଯେଉଁମାନଙ୍କର ପ୍ରଥମ ସିନେମାର କଥାବସ୍ତୁ ପ୍ରେମ କାହାଣୀ ଆଧାରିତ। ଆଉ ସେମାନଙ୍କ ମଧ୍ୟରୁ କେତେକଙ୍କ ପ୍ରଥମ ସିନେମାର ଶୀର୍ଷକରେ ବି ଥିଲା ‘ପ୍ରେମ’ ଶବ୍ଦ। ଏମାନଙ୍କ ଭିତରୁ ‘ପ୍ରେମ’ ଶବ୍ଦ ଥିବା ଶୀର୍ଷକରେ ନିର୍ମିତ ସବୁଠାରୁ ଅଧିକ ଓଡ଼ିଆ ଛବିରେ ନଜର ଆସିଛନ୍ତି ଓଲିଉଡର ଚୁଲୁବୁଲି ନାୟିକା ରୀୟା ଦେ।
ସେ ୨୦୧୦ରେ ମୁକ୍ତିଲାଭ କରିଥିବା ‘ପ୍ରେମ ଅଢ଼େଇ ଅକ୍ଷର’ ସିନେମା ଜରିଆରେ ନାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ଓଲିଉଡରେ। ଏଥିରେ ତାଙ୍କର ହିରୋ ଥିଲେ ଆଜିକାର ସୁପରଷ୍ଟାର୍‌ ବାବୁସାନ୍‌। ରୀୟା ଦେଙ୍କୁ ଶେଷ ଥର ଲାଗି ଏଯାବତ୍ ବଡ଼ ପରଦାରେ ଯେଉଁ ସିନେମାରେ ଦେଖିବାକୁ ମିଳିଛି ତା’ର ଟାଇଟଲରେ ବି ରହିଛି ‘ପ୍ରେମ’ ଶବ୍ଦ ।
‘ପ୍ରେମ ଅଢ଼େଇ ଅକ୍ଷର’ ପରେ ‘ଲଭମାଷ୍ଟର୍’ , ‘ତୁ ମୋ’ ଦେହର ଛାଇ’, ‘ପାଗଳ କରିଛୁ ତୁ’, ‘ଗୋଲାପି ଗୋଲାପି’, ‘ରଘୁପତି ରାଘବ ରାଜାରାମ’, ‘କଲେଜ୍‌ ଟାଇମ୍’,  ‘କଳ୍‌କୀ’, ‘କ୍ରିମିନାଲ୍‌’, ‘ଏମିତି ବି ପ୍ରେମ ହୁଏ’, ‘ହରି ଓମ୍‌ ହରି’, ‘ଧର୍ମ ଦ ଫାଇଟର୍, ‘କଥା ଦେଲି ମଥା ଛୁଇଁ’, ‘ପ୍ରେମରେ ରଖିଚି ୧୦୦ରୁ ୧୦୦’ ଏବଂ ‘ପ୍ରେମ ପାଇଁ ମହାଭାରତ’ ଆଦି ଓଡ଼ିଆ ଛବିରେ ତାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ମିଳିଛି ।

Advertisment

ଓଲିଉଡର ଲୋକପ୍ରିୟ ନାୟିକା ରୀୟା ବାବୁସାନ୍, ଅରିନ୍ଦମ, ଅମ୍ଳାନ, ଆକାଶ, ସିଦ୍ଧାନ୍ତ, ଜ୍ୟୋତି, ସମ୍ବିତ, ଅଭିଷେକ ଓ ସବ୍ୟସାଚୀଙ୍କ ଭଳି ପ୍ରତିଷ୍ଠିତ ନାୟକଙ୍କ ସହ ସ୍କ୍ରିନ୍ ସେଆର୍‌ କରିଛନ୍ତି। ଏହାଛଡ଼ା ନବାଗତ ମୁନ୍ନା ଓ ଅମନଙ୍କ ନାୟିକା ବି ବନିଛନ୍ତି ବଡ଼ ପରଦାରେ।
‘ପ୍ରେମ’ ଶବ୍ଦ ଥିବା ଶୀର୍ଷକରେ ନିର୍ମିତ ଚାରିଟି ଓଡ଼ିଆ ଛବିରେ ରୀୟା ନଜର ଆସିଛନ୍ତି। ଏହି ଛବିଗୁଡ଼ିକ ସଂପର୍କରେ ସମ୍ୟକ୍ ସୂଚନା:

publive-image

‘ପ୍ରେମ ଅଢ଼େଇ ଅକ୍ଷର’: ଜଣାଶୁଣା ନିର୍ଦେଶକ ସୁଧାକର ବସନ୍ତ ‘ପ୍ରେମ ଅଢ଼େଇ ଅକ୍ଷର’, ଟାଇଟଲରେ ଯେଉଁ ଓଡ଼ିଆ ସିନେମା ତିଆରି କରିଥିଲେ, ସେଥିରେ ବାବୁସାନ୍ ଓ ରୀୟା ନାୟକ, ନାୟିକା ଭୂମିକାରେ ଅଭିନୟ କରିଥିଲେ। ଏଥିରେ ମଳୟ ମିଶ୍ର ସଙ୍ଗୀତ ନିର୍ଦେଶନା ଦେଇଥିଲେ।

publive-image‘ଏମିତି ବି ପ୍ରେମ ହୁଏ’: ନିଶିକାନ୍ତ ଦଳବେହେରାଙ୍କ ନିର୍ଦେଶିତ ‘ଏମିତି ବି ପ୍ରେମ ହୁଏ’ରେ ପ୍ରଥମ ଏବଂ ଶେଷ ଥର ଲାଗି ସବ୍ୟସାଚୀଙ୍କ ବିପକ୍ଷରେ ନାୟିକା ବନିଛନ୍ତି ରୀୟା । ଏଥିରେ ପ୍ରଶାନ୍ତ ପାଢ଼ୀ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ଏହା ୨୦୧୨ରେ ମୁକ୍ତିଲାଭ କରିଥିଲା।publive-image
‘ପ୍ରେମରେ ରଖିଚି ୧୦୦ରୁ ୧୦୦’: ଲୋକପ୍ରିୟ ନିର୍ଦେଶକ ସଂଜୟ ନାୟକଙ୍କ ‘ପ୍ରେମରେ ରଖିଚି ୧୦୦ରୁ ୧୦୦’ରେ ଜ୍ୟୋତିଙ୍କ ବିପକ୍ଷରେ ନଜର ଆସିଥିଲେ ରୀୟା। ୨୦୧୯ରେ ମୁକ୍ତିଲାଭ କରିଥିବା ଏହି ସିନେମାରେ ମଳୟ ମିଶ୍ର ସଙ୍ଗୀତ ନିର୍ଦେଶନା ଦେଇଥିଲେ।Image result for prema pain mahabharat odia
‘ପ୍ରେମ ପାଇଁ ମହାଭାରତ’: ୨୦୧୯ରେ ମୁକ୍ତିଲାଭ କରିଥିବା ‘ପ୍ରେମ ପାଇଁ ମହାଭାରତ’ରେ ନାୟକ ସମ୍ବିତଙ୍କ ସହ ପ୍ରଥମ ଥର କାମ କରିଥିଲେ ନାୟିକା ରୀୟା। ସମରେଶ ରାଉତରାୟ, ବବି ମିଶ୍ର, ଶ୍ରୀତମ୍‌ ଦାସ, ପୁପିନ୍ଦର୍ ଓ ପିଣ୍ଟୁ ନନ୍ଦ ପ୍ରମୁଖଙ୍କୁ ବି ଦେଖିବାକୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକାରେ। ନିରଞ୍ଜନ ବେହେରା ଏହାର ନିର୍ଦେଶକ। ଅଭିଜିତ ମଜୁମଦାର ଏହାର ସଙ୍ଗୀତ ନିର୍ଦେଶକ।