ଭୁବନେଶ୍ବର: ଓଲିଉଡର ଦୁଇ ଜଣାଶୁଣା ନାୟିକା ହେଲେ ରୀୟା ଦେ ଓ କାବ୍ୟା କିରଣ୍। ରୀୟା ଓ କାବ୍ୟା ଯେଉଁ ସିନେମାରେ ପ୍ରଥମ ଥର ଲାଗି ଏକାଠି ନଜର ଆସିବେ, ତାର ଟାଇଟଲ୍ ହେଲା ‘ତୋ ନାର ମାନେ ହଁ’। ଜୋକର ପ୍ଲସ୍ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାରେ ଉଭୟ ରୀୟା ଓ କାବ୍ୟା କିରଣ୍ ଲୋକପ୍ରିୟ ନାୟକ ସମ୍ବିତଙ୍କ ବିପକ୍ଷରେ ନଜର ଆସିବେ। ଏଥିରେ ପ୍ରେମ ତ୍ରିକୋଣ ରହିଛି। ଏହାଛଡ଼ା ମହାଶ୍ବେତା, ପିଣ୍ଟୁ ନନ୍ଦ, ଅସିତ ପତି, ସୋମା ଭୌମିକ ଓ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକାରେ। ଅମୂଲ୍ୟ କୁମାର ଦାସ ଏହାର ପ୍ରଯୋଜକ ଏବଂ ସୁଧାଂଶୁ ମୋହନ ସାହୁ ନିର୍ଦେଶକ। ସୁଜାତା ଦାସ ଏହି ସିନେମାର କାହାଣୀ ଲେଖିଥିବା ବେଳେ ଅଭିଜିତ ମଜୁମଦାର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି।

Advertisment

ରୀୟା ୨୦୧୦ରେ ମୁକ୍ତିଲାଭ କରିଥିବା ‘ପ୍ରେମ ଅଢ଼େଇ ଅକ୍ଷର’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରିନାହାନ୍ତି। ନିୟମିତଭାବେ ଫିଲ୍ମରେ କାମ କରୁଛନ୍ତି।

publive-image
ଅପରପକ୍ଷରେ କାବ୍ୟା ୨୦୧୪ ରେ ରିଲିଜ୍ ହୋଇଥିବା ଥ୍ରିଡି ଓଡ଼ିଆ ସିନେମା ‘କାଉଁରି କନ୍ୟା’ରେ ପ୍ରଥମେ ପରଦାକୁ ଆସିଥିଲେ। ସୌମରଂଜନ ସାହୁଙ୍କ ନିର୍ଦ୍ଦେଶିତ ଏହି ସିନେମାରେ କାବ୍ୟା କିରଣଙ୍କ ଅଭିନୟ ବି ବେଶ୍ ପ୍ରଭାବଶାଳୀ ଥିଲା। ‘କାଉଁରୀ କନ୍ୟା’ ରିଲିଜ୍ ହେବା ବେଳକୁ କାବ୍ୟା କିରଣ୍ ବଲିଉଡକୁ ଯାଇସାରିଥିଲେ। ସେଠି ସେ ରାମରତନ୍, ରଙ୍ଗ୍ -ଏ -ଇଶ୍କ, ଓ ଜୟବୀର ପାଂଘଲ ଭଳି ହିନ୍ଦୀ ସିନେମାରେ କାମ କରିବାରେ ସୁଯୋଗ ପାଇଥିଲେ। ଏହାପରେ କାବ୍ୟା ‘ରହସ୍ୟ, ‘ରଘୁ ସର୍ଦ୍ଦାର’ ଓ ‘ଭୋକ’ ଆଦି ଓଡ଼ିଆ ଛବିରେ କାମ କରିଛନ୍ତି।