ପରଦାକୁ ଫେରୁଛନ୍ତି ଏହି ଓଡ଼ିଆ ନାୟିକା

ଭୁବନେଶ୍ବର: ସେ ଜଣେ ବଲିଉଡ ନାୟିକା , କିନ୍ତୁ ଓଡ଼ିଶାରେ ତାଙ୍କର ଘର। ଏହି ନାୟିକାଜଣକ ହେଲେ ରିୟାନା ଶୁକ୍ଳା। ତାଙ୍କର ପ୍ରଥମ ଓଡ଼ିଆ ସିନେମା ମୁକ୍ତିଲାଭ କରିଛି। ଏହି ସିନେମାର ଶୀର୍ଷକ ହେଲା ‘ଏ ଦିଲ୍‌ ତତେ ଦେଲି’। ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ନୀଲୁ ବକ୍ସ। ଏହି ଫିଲ୍ମରେ ରିୟାନାଙ୍କ ବୋଲ୍‌ଡ ଅବତାର ରହିଥିଲା। ଏହି ସିନେମାରେ ସେ ନାୟକ ବିଭାସଙ୍କ ସହ ଉତ୍ତେଜକ ଦୃଶ୍ୟରେ ଅଭିନୟ କରିଥିଲେ।

ଏବେ ରିୟାନାଙ୍କର ଅନ୍ୟ ଏକ ଓଡ଼ିଆ ସିନେମା ‘ତୁ ଅଛୁ ତ ମୁଁ ଅଛି’ ମୁକ୍ତି ପ୍ରତୀକ୍ଷାରେ ରହିଛି। ସଂଜୟ ନାୟକ ଏହାର ନିର୍ଦ୍ଦେଶକ ଓ ଚନ୍ଦନ ଏଥିରେ ନାୟକ ଭୂମିକାରେ ଅଛନ୍ତି। ରିୟାନା ଏହି ସିନେମାର ରିଲିଜକୁ ଅପେକ୍ଷା କରିଛନ୍ତି।

ସୂଚନାଯୋଗ୍ୟ ରିୟାନା ଶୁକ୍ଳା ଦୁଇଟି ହିନ୍ଦୀ ସିନେମାରେ କାମ କରିଛନ୍ତି। ଏ ଦୁଇ ସିନେମା ହେଲା ‘ ମିଷ୍ଟର ଏମ୍‌ବିଏ’ ଓ ‘ ଲକ୍ଷ୍ନୌ ବି ଇଶ୍କ’ । ଏବେ ସେ ଆଉ ଏକ ହିନ୍ଦୀ ସିନେମାରେ କାମ କରୁଥିବା ଜଣାଯାଇଛି। ଏହାର ଶୀର୍ଷକ ହେଲା ‘ଲାଇଫ୍‌ କି ଐସି କି ତୈସି’।

ସମ୍ବନ୍ଧିତ ଖବର