ସୁଶାନ୍ତ ମୃତ୍ୟୁ ମାମଲାରେ ଗତ ୨ ମାସ ହେଲା ରିୟା ଦେଶବାସୀଙ୍କ କ୍ଷୋଭର ଶିକାର ହୋଇଥିବା ବେଳେ ତାଙ୍କ ଅବସ୍ଥା ବଲିଉଡ୍ର ଦିଗ୍ଗଜ୍ ଅଭିନେତ୍ରୀ ରେଖାଙ୍କ ଅକୁହା କାହାଣୀକୁ ସ୍ମରଣ କରାଉଛି। କଣ୍ଠଶିଳ୍ପୀ ଚିନ୍ମୟୀ ଶ୍ରୀପଦା ରବିବାର ନିଜ ଇନ୍ଷ୍ଟାଗ୍ରାମ୍ରେ ରେଖାଙ୍କ ବାୟୋଗ୍ରାଫି ତଥା ୟାଶେର ଉସ୍ମାନଙ୍କ ଦ୍ବାରା ଲିଖିତ ‘ରେଖା- ଦ ଅନ୍ଟୋଲ୍ଡ ଷ୍ଟୋରି’ର କିଛି ଅଂଶ ସେୟାର କରିଛନ୍ତି। ୧୯୯୦ ମସିହାରେ ରେଖାଙ୍କ ସ୍ବାମୀ ମୁକେଶ ଅଗ୍ରୱାଲ୍ ରେଖାଙ୍କ ଓଢ଼ଣୀରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଏହାପରେ ରେଖାଙ୍କୁ କିପରି ଉକ୍ତ ଆତ୍ମହତ୍ୟା ପାଇଁ ବଦ୍ନାମ କରାଯାଇଥିଲା, ଡାହାଣୀର ଆଖ୍ୟା ଦିଆଯାଇଥିଲା ଓ କିପରି ସେ ମିଡିଆ ଟ୍ରାଏଲ୍ର ଶିକାର ହୋଇଥିଲେ, ତାହା ପୁସ୍ତକର ଏହି ଅଂଶରେ ଉଲ୍ଲେଖ ରହିଛି। ସୁଶାନ୍ତ ଯେପରି ଜଣେ ଖୁସିମିଜାଜ୍ର ଲୋକ ଥିଲେ ଓ ସେ ଆତ୍ମହତ୍ୟା କରି ନପାରନ୍ତି ବୋଲି ଚର୍ଚ୍ଚା ହେଉଛି, ସେତେବେଳେ ମୁକେଶଙ୍କୁ ନେଇ ବି ସେଭଳି ଚର୍ଚ୍ଚା ହୋଇଥିଲା। ସେ ଜଣେ ଜିନ୍ଦାଦିଲ୍ ଓ ଖୁସ୍ମିଜାଜ୍ର ଲୋକ ଥିଲେ ବୋଲି ମୁକେଶଙ୍କ ଭାଇ ଅନୀଲ ଗଣମାଧ୍ୟମକୁ କହିଥିଲେ। କିନ୍ତୁ ରିୟାଙ୍କ ଭଳି ରେଖା ବି ବିବାହ ପରେ ମୁକେଶ ମାନସିକ ଅବସାଦଗ୍ରସ୍ତ ବୋଲି ଜାଣିବାକୁ ପାଇଥିଲେ। ପରେ ମୁକେଶ ସେହି ଅବସାଦ ଯୋଗୁଁ ଆତ୍ମହତ୍ୟା କରିଥିଲେ। କିନ୍ତୁ ଦେଶବାସୀ ରେଖାଙ୍କୁ ଜଣେ ନୃଶଂସ ନରହନ୍ତା ଭାବେ ଇଙ୍ଗିତ କରିଥିବା ବେଳେ ରେଖାଙ୍କ ଶାଶୂ ତାଙ୍କୁ ଡାହାଣୀ କହିଥିଲେ। ସେ ସମୟରେ ପୂରା ବଲିଉଡ୍ ରେଖାଙ୍କ ବିପକ୍ଷରେ ଠିଆ ହୋଇଥିଲା। ବରିଷ୍ଠ ଅଭିନେତା ଅନୁପମ୍ ଖେର୍ ରେଖାଙ୍କୁ ‘ଦେଶର ଲଜ୍ଜା’ ଭାବେ ସମ୍ବୋଧିତ କରିଥିଲେ। ବିଶିଷ୍ଟ ନିର୍ଦ୍ଦେଶକ ସୁଭାଷ ଘାଇ ରେଖାଙ୍କୁ ‘ବଲିଉଡ୍ର କଳଙ୍କ’ ବୋଲି କହିଥିଲେ।
ରିୟାଙ୍କ ଅବସ୍ଥା ମନେ ପକାଇଲା ରେଖାଙ୍କ ଅକୁହା କାହାଣୀ
/sambad/media/post_attachments/wp-content/uploads/2020/09/rekha.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)