ନୂଆଦିଲ୍ଲୀ: କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଏବେ ନିଶ୍ଚିତ ହୋଇସାରିଛି। ଆଇପିଏଲ ଆରମ୍ଭ ପୂର୍ବରୁ ଦମ୍ପତିଙ୍କ ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ କୋର୍ଟ। ଭରଣପୋଷଣ ବାବଦକୁ ଟଙ୍କା ଦେବା ପରେ ଏବେ ଦମ୍ପତ୍ତି ଅଲଗା ହୋଇଥିଲେ। ଛାଡ଼ପତ୍ର ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରୁ ୟୁଜଭେନ୍ଦ୍ର ଚହଲଙ୍କ ନାମ ଆରଜେ ମହବଶଙ୍କ ସହ ଯୋଡାଯାଉଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ, ଚହଲଙ୍କୁ ତାଙ୍କ ତଥାକଥିତ ପ୍ରେମିକା ଆରଜେ ମହବଶଙ୍କ ସହ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ଦେଖାଯାଇଥିଲା, ଯାହା ପରେ ସେମାନଙ୍କ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା।
ଏବେ ଆରଜେଙ୍କ ଏକ ଭିଡିଓ ଏହି ଚର୍ଚ୍ଚାକୁ ବଢ଼ାଇଛି। ଭିଡିଓରେ ସେ କହୁଛନ୍ତି, "ଯଦି କୌଣସି ପୁଅ ମୋ ଜୀବନରେ ଆସେ, ତେବେ ସେ କେବଳ ଗୋଟିଏ ପୁଅ ହେବ। ସେ ହିଁ ସାଙ୍ଗ ହେବ, ସେ ହିଁ ଭଲ ସାଙ୍ଗ ହେବ, ସେ ହିଁ ପ୍ରେମିକ ହେବ ଏବଂ ସେ ହିଁ ସ୍ବାମୀ ହେବ। ମୋ ଜୀବନ ତାଙ୍କ ଚାରିପାଖରେ ଘୂରି ବୁଲିବା ଆରମ୍ଭ କରିବ। ମୁଁ ନକଲି ବନ୍ଧୁ ଚାହେଁ ନାହିଁ। ମୋ ପାଇଁ ସେ ଯଥେଷ୍ଟ। ସେ ମୋର ସବୁକିଛି ହେବ।"
ଆରଜେଙ୍କ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ଭିଡିଓଟି ଚହଲଙ୍କ ପାଇଁ ଥିଲା ବୋଲି କୁହାଯାଉଛି। ଚହଲ ମଧ୍ୟ ଭିଡିଓ ଅପଲୋଡ୍ ହେବାର କିଛି ସେକେଣ୍ଡ ମଧ୍ୟରେ ଏହାକୁ ଲାଇକ୍ କରିଥିବା ଦେଖିବାକୁ ମିଳିଛି।