ନୂଆଦିଲ୍ଲୀ: କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ଛାଡପତ୍ର ଏବେ ନିଶ୍ଚିତ ହୋଇସାରିଛି। ଆଇପିଏଲ ଆରମ୍ଭ ପୂର୍ବରୁ ଦମ୍ପତିଙ୍କ ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ କୋର୍ଟ। ଭରଣପୋଷଣ ବାବଦକୁ ଟଙ୍କା ଦେବା ପରେ ଏବେ ଦମ୍ପତ୍ତି ଅଲଗା ହୋଇଥିଲେ। ଛାଡ଼ପତ୍ର ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରୁ ୟୁଜଭେନ୍ଦ୍ର ଚହଲଙ୍କ ନାମ ଆରଜେ ମହବଶଙ୍କ ସହ ଯୋଡାଯାଉଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ, ଚହଲଙ୍କୁ ତାଙ୍କ ତଥାକଥିତ ପ୍ରେମିକା ଆରଜେ ମହବଶଙ୍କ ସହ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ଦେଖାଯାଇଥିଲା, ଯାହା ପରେ ସେମାନଙ୍କ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା।
ଚହଲଙ୍କ ସହ ତାଙ୍କ ନାମ ଯୋଡା ଯିବା ପରେ ଏବେ ମହବଶ ଚର୍ଚ୍ଚାରେ ରହିବାରେ ଲାଗିଛନ୍ତି। ଏମଧ୍ୟରେ ଆରଜେ ନିଜର ଆୟ ବିଷୟରେ ଜଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ନିଜ ଇନଷ୍ଟା ଷ୍ଟୋରୀ ମାଧ୍ୟମରେ ସେ ଲେଖିଛନ୍ତି, "ମାସକୁ ଏ ଅଫିସବାଲା ଯେତିକି ଟଙ୍କା ଦରମା ଦେଇ ଅପମାନିତ କରୁଥିଲେ ଆଜି ତାଠାରୁ ଅଧିକ ଟଙ୍କା ମୁଁ ଗୋଟାଏ ଦିନରେ ଆୟ କରୁଛି। ଗୋଟାଏ ଷ୍ଟୋରୀ ପାଇଁ ମୁଁ ତାଠାରୁ ଅଧିକ ନେଉଛି। ମୁଁ ପ୍ରତିଶ୍ରୁତି ଦେଉଛି ଅଫିସ୍ ଶୌଚାଳୟରେ ତୁମର ପ୍ରତ୍ୟେକ ଲୁହ ତୁମକୁ ସଫଳତା ଦେବ। ଦୟାଳୁ ହୁଅ। ଏହା ମାଗଣା।"