ମୁମ୍ବାଇ: ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ନେହା କକ୍କର ମଙ୍ଗଳବାର ତାଙ୍କର ୩୫ତମ ଜନ୍ମଦିନ ପାଳନ କରିଥିଲେ। ଏହି ବିଶେଷ ଉତ୍ସବରେ ତାଙ୍କ ପରିବାର ଏବଂ ବନ୍ଧୁମାନେ ମିଶି ତାଙ୍କ ଜନ୍ମଦିନ ପାଳନ କରିଥିଲେ। ନେହା ତାଙ୍କ ଜନ୍ମଦିନରେ ଏକ ଟି’ ପାର୍ଟିର ଆୟୋଜନ କରିଥିବା ଦେଖାଯାଇଥିଲା। ତେବେ ତାଙ୍କ ଜନ୍ମଦିନ‌ରେ ସମସ୍ତେ ଉପସ୍ଥିତ ଥିବା ବେଳେ ନେହାଙ୍କ ସ୍ବାମୀ ରୋହନପ୍ରୀତଙ୍କୁ ଦେଖିବାକୁ ମିଳିନଥିଲା। ନେହାଙ୍କ ଜନ୍ମଦିନର ଯେଉଁସବୁ ଫଟୋ ସାମ୍ନାକୁ ଆସିଛି, ସେଥିରେ ରୋହନପ୍ରୀତଙ୍କୁ ଦେଖିବାକୁ ମିଳିନାହିଁ।

Advertisment

नेहा कक्कड़ की पार्टी से गायब पति, न दी बधाई, सबकुछ चल रहा ठीक? - Neha  kakkar husband rohanpreet singh missing from singers birthday celebration  fans get worried is everything not okay aajtak

ଏଭଳି ରୋହନପ୍ରୀତ ନେହାଙ୍କ ଜନ୍ମଦିନରେ ଯୋଗ ନଦେବା ପରେ ଦୁହିଁଙ୍କ ମଧ୍ୟରେ ସବୁକିଛି ଠିକ ନଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ନେହାଙ୍କ ପାର୍ଟିରେ ତାଙ୍କ ପରିବାର ଓ ବନ୍ଧୁ ଉପସ୍ଥିତ ଥିବା ସହ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ମଧ୍ୟ ନଜର ଆସିଥିଲେ। ତେବେ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଫଟୋ ଓ ଭିଡିଓରେ ରୋହନପ୍ରୀତ ନଜର ନଆସିବାରୁ ଲେ‌ାକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି। ଏମିତି କି ରୋହନପ୍ରୀତ ସୋସିଆଲ ମିଡିଆରେ ନେହାଙ୍କୁ ଜନ୍ମଦିନର ଶୁଭେଚ୍ଛା ମଧ୍ୟ ଜଣାଇନାହାନ୍ତି। ଏହା ଦେଖି ରୋହନପ୍ରୀତ କୁଆଡେ ଗଲେ ବୋଲି ପ୍ରଶ୍ନ କରିବା ସହ ଦୁହିଁଙ୍କ ମଧ୍ୟରେ ସବୁ କିଛି ଠିକ୍ ଅଛି ତ ବୋଲି ପ୍ରଶ୍ନ କରିଛନ୍ତି ଲୋକେ।

नेहा कक्कड़ की पार्टी से गायब पति, न दी बधाई, सबकुछ चल रहा ठीक? - Neha  kakkar husband rohanpreet singh missing from singers birthday celebration  fans get worried is everything not okay aajtak

ଜଣେ ବ୍ୟବହାରକାରୀ ଲେଖିଛନ୍ତି, ନିଜ ଜନ୍ମଦିନକୁ ସ୍ବାମୀଙ୍କୁ ଡାକିନଥିଲ କି? ଆଉ ଜଣେ ଲେଖିଛନ୍ତି, ରୋହନପ୍ରୀତଙ୍କ ସହ ସବୁ ଠିକ୍ ଅଛି ତ? ତେବେ ପ୍ରକୃତରେ କେଉଁ କାରଣ ପାଇଁ ରୋହନପ୍ରୀତ ନେହାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ନାହିଁ ଓ ପାର୍ଟିରେ ଯୋଗ ଦେଲେ ନାହିଁ, ତାହା ସାମ୍ନାକୁ ଆସିନାହିଁ।