ସାରା ଦେଶରେ ଧୁମ୍‌ ମଚାଉଥିବା ଚଳଚ୍ଚିତ୍ର ‘ସିମ୍ବା’ ବିହାରରେ ପଡ଼ିଗଲା ଫିକା, ସାମ୍ନାକୁ ଆସିଲା କାରଣ

ମୁମ୍ବାଇ : ଅଭିନେତା ରଣବୀର ସିଂହ ଏବଂ ସାରା ଅଲ୍ଲୀ ଖାନ୍‌ଙ୍କ ଫିଲ୍ମ ‘ସିମ୍ବା’କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ଫିଲ୍ମଟି ରିଲିଜ୍‌ ହେବା ପରେ ‘ଜିରୋ’ ଏବଂ ‘କେ.ଜି.ଏଫ୍‌’କୁ ପଛରେ ପକାଇଥିବା ବେଳେ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳୁଥିବା ଦେଖାଯାଇଛି । କିନ୍ତୁ ଏବେ ବି ଦେଶରେ ଥିବା କିଛି ରାଜ୍ୟରେ ‘ସିମ୍ବା’କୁ ଦର୍ଶକଙ୍କ ଭଲପାଇବା ମିଳୁ ନଥିବା ଜଣାପଡ଼ିଛି । ଖାସ୍‌ କରି ବିହାରରେ ‘ସିମ୍ବା’ ମାନ୍ଦା ଚାଲିଥିବା ଦେଖିବାକୁ ମିଳିଛି। ଅତ୍ୟଧିକ ଥଣ୍ଡା ପାଇଁ ଏଭଳି ସମସ୍ୟା ଦେଖା ଯାଉଥିବା ଜଣାପଡ଼ିଛି ।

India Today

ଟ୍ରେଡ୍‌ ଆନାଲିଷ୍ଟ ଅମୋଦ ମେହ୍‌ରାଙ୍କ କହିବା ଅନୁଯାୟୀ, ବିହାରରେ ଶୀତର ପ୍ରକୋପ ଅଧିକ ଥିବାରୁ ଲୋକାମାନେ ଘରେ ରହିବା ଠିକ୍‌ ଭାବୁଛନ୍ତି । ଯାହାର ପ୍ରଭାବ ‘ସିମ୍ବା’ ଉପରେ ପଡ଼ିଛି । ଅନ୍ୟପକ୍ଷରେ, ରଣବୀର ସିଂହଙ୍କୁ ବିହାରରେ ବଡ଼ ଷ୍ଟାର ବୋଲି ଲୋକେ ମାନୁ ନଥିବାରୁ ତାଙ୍କ ଫିଲ୍ମ ଦେଖିବାକୁ ଆସୁନଥିବା କହିଛନ୍ତି ନରେନ୍ଦ୍ର ଗୁପ୍ତା । ତେବେ ବିହାର ଏବଂ ଅନ୍ୟ କିଛି ରାଜ୍ୟକୁ ଛାଡ଼ି ଦେଲେ ‘ସିମ୍ବା’ ଅନ୍ୟ ରାଜ୍ୟମାନଙ୍କରେ ନିଜର ଯାଦୁ ଚଳାଇବା ଆରମ୍ଭ କରି ସାରିଛି ।

ସମ୍ବନ୍ଧିତ ଖବର