ବିରାଟ-ଅନୁଷ୍କାଙ୍କୁ ଇନ୍‌ଷ୍ଟାରୁ ଅନ୍‌ଫଲୋ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି ସେମାନଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ର ଫଲୋର୍ସଙ୍କ ମଧ୍ୟରୁ ରୋହିତ ଶର୍ମାଙ୍କୁ ହରାଇଛନ୍ତି। ରୋହିତ ଶର୍ମା ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟ୍‌ରୁ ଏହି ଦୁଇ ମିଆଁବିବିଙ୍କୁ ଅନ୍‌ଫଲୋ କରି ଦେଇଥିବା ଜାଣିବାକୁ ମିଳିଛି।

ଆଇସିସି ବିଶ୍ୱକପ୍‌ରେ ଭାରତ ସେମି ଫାଇନାଲ୍‌ ମ୍ୟାଚ୍‌ରେ ନିଉଜିଲାଣ୍ଡ୍‌ଠାରୁ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆର କ୍ୟାପ୍‌ଟେନ୍‌ ବିରାଟ କୋହଲି ଓ ଭାଇସ୍‌ କ୍ୟାପ୍‌ଟେନ୍‌ ରୋହିତ ଶର୍ମାଙ୍କ ମଧ୍ୟରେ ଫାଟ ଉପୁଜିଛି ବୋଲି ଚର୍ଚ୍ଚା ହେଉଥିଲା।

www.news18.com

ଯଦିଓ ଏ ନେଇ ବିରାଟ କିମ୍ବା ରୋହିତ ଖୋଲାଖୋଲି ଭାବେ ନିଜର ମତ ରଖିନାହାନ୍ତି। ତେବେ, ରୋହିତ ଏମିତି ଅଚାନକ ବିରାଟ, ଅନୁଷ୍କାଙ୍କୁ ଅନ୍‌ଫଲୋ କରି ଦେବା କଥା ଚର୍ଚ୍ଚାରେ କିଛିଟା ସତ୍ୟତା ଅଛି ବୋଲି ଇଙ୍ଗିତ କରୁଛି।

ରୋହିତଙ୍କୁ ଅନୁଷ୍କା ତାଙ୍କ ଢଙ୍ଗରେ ଏକ ଜବାବ ଦେଇଛନ୍ତି ବୋଲି ଅନୁମାନ କରାଯାଉଛି। ଅନୁଷ୍କା ତାଙ୍କ ଇନଷ୍ଟାରେ ଷ୍ଟାଟସ୍‌ ରଖିଛନ୍ତି, ‘କେହି ଜଣେ ବିଜ୍ଞ କିଛି କହିନାହାନ୍ତି। ଖାଲି କହିଛନ୍ତି ମିଛର ଭିଡ଼ ଭିତରେ ସତ ନିରବତା ସହ ହାତ ମିଳାଏ।’

ସମ୍ବନ୍ଧିତ ଖବର