ଫିଲ୍ମ ‘ସିମ୍ବା’ରୁ ହୋଇଥିବା ଲାଭରୁ ୫୧ଲକ୍ଷ ଟଙ୍କା ମୁମ୍ବାଇ ପୁଲିସକୁ ଦାନ କଲେ ରୋହିତ୍‌ ସେଟ୍ଟୀ

ମୁମ୍ବାଇ : କିଛି ଦିନ ତଳେ ଫିଲ୍ମ ‘ଉରୀ: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ର ନିର୍ମାତା ସେନାର ବିଧବା କଲ୍ୟାଣ ପାଣ୍ଠିକୁ ଏକ କୋଟି ଟଙ୍କା ଦାନ କରିଥିଲେ । ଯାହା ପରେ ଏପରି ପଦକ୍ଷପକୁ ଅନେକ ପ୍ରଶଂସା କରାଯାଇଥିଲା । ଏବେ ସେଭଳି କିଛି ରୋହିତ୍‌ ସେଟ୍ଟୀ କରିଥିବା ଜଣା ପଡ଼ିଛି । ଫିଲ୍ମ ‘ସିମ୍ବା’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିବା ବେଳେ ଏଥିରୁ ମିଳିଥିବା ଲାଭରୁ ୫୧ଲକ୍ଷ ଟଙ୍କା ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ଦାନ କରିଥିବା ଜଣାପଡ଼ିଛି ।

indiatimes.com

ମୁମ୍ବାଇ ପୁଲିସର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ ଉମଙ୍ଗ ୨୦୧୯ରେ ଯୋଗ ଦେଇ ରୋହିତ୍‌ ସେଟ୍ଟୀ ଏହି ରାଶି ମୁମ୍ବାଇ ପୁଲିସ ଫାଉଣ୍ଡେସନ୍‌କୁ ଦାନ କରିଥିଲେ । ଚେକ୍‌ଟି ରୋହିତ୍‌ ସେଟ୍ଟୀ ପ୍ରଡକ୍ସନ ହାଉସ୍‌ ତରଫରୁ ଦିଆ ଯାଇଥିବା ବେଳେ ଏହାକୁ ଅଭିନେତା ରଣବୀର ସିଂହ, ଅକ୍ଷୟ କୁମାର,ଅଜୟ ଦେବଗନ ଏବଂ ରୋହିତ୍‌ ସେଟ୍ଟୀ ମିଶି ଚେକ୍‌ ହସ୍ତାନ୍ତର କରିଥିଲେ । ଇଭେଣ୍ଟଟି ମୁମ୍ବାଇରେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ ଦ୍ୱାରା ଜାନୁଆରୀ ୨୭ରେ ଆୟୋଜନ କରାଯାଇଥିଲା । ଯେଉଁଠିକୁ ବଲିଉଡ୍‌ର ଅନେକ ବଡ଼ ବଡ଼ କଳାକାର ଆସି ଯୋଗ ଦେବା ସହ ମୁମ୍ବାଇ ପୁଲିସର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ ।

ସମ୍ବନ୍ଧିତ ଖବର