ଜାଣନ୍ତୁ କେମିତି ଏବଂ କେଉଁ ସମୟରେ ରୋହିତ୍‌ ସେଟ୍ଟୀଙ୍କ ମନକୁ ‘ସିମ୍ବା’ ନିର୍ମାଣ କରିବାର ଆଇଡିଆ ଆସିଥିଲା?

ନୂଆଦିଲ୍ଲୀ : ଅଭିନେତା ରଣବୀର ସିଂହ ଏବଂ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ସିମ୍ବା’ ଡ଼ିସେମ୍ବର ୨୮ରେ ରିଲିଜ୍‌ ହେବାକୁ ଯାଉଛି । ଫିଲ୍ମରେ ରଣବୀର ନିଜର ପୂର୍ବ ଫିଲ୍ମ ତୁଳନାରେ ଭିନ୍ନ ଚରିତ୍ରରେ ନଜର ଆସୁଥିବା ବେଳେ ଏକ ସାକ୍ଷାତକାରରେ ଏଭଳି ଫିଲ୍ମ ତିଆରି କରିବାର ଆଇଡିଆ କିପରି ଆସିଥିଲା,ସେ ବିଷୟରେ ଜଣାଇଥିଲେ ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀ ।

thesocialmonk.com

ସୂଚନା ମୁତାବକ, ଫିଲ୍ମର ପ୍ରମୋସନ ପାଇଁ ଛତିଶଗଡ଼ର ରାଜଧାନୀ ରାୟପୁରରେ ପହଞ୍ଚିଥିଲେ ଫିଲ୍ମର ପୂରା ଟିମ୍‌ । ଏହି ସମୟରେ ସିମ୍ବା ତିଆରି କରିବାର ଆଇଡିଆ ମନକୁ କେମିତି ଆସିଥିଲା ବୋଲି ତାଙ୍କୁ ପଚରାଯିବା ପରେ, ଥରେ ମୁଁ ଦକ୍ଷିଣ ଭାରତର ଏକ ଫିଲ୍ମ ଦେଖୁଥିବା ବେଳେ ମୋତେ ସେଭଳି କିଛି କାହଣୀକୁ ନେଇ ଫିଲ୍ମ ତିଆରି କରିବାର ଆଇଡିଆ ଆସିଥିଲା । କାହାଣୀ ପସନ୍ଦ ଆସିବା ପରେ ଏହି ଫିଲ୍ମକୁ କେବଳ ରଣବୀର ସିଂହ ହିଁ କରି ପାରିବେ ବୋଲି ମୁଁ ଜାଣିଥିଲି, ଯାହା ପରେ ତାଙ୍କୁ ଫିଲ୍ମ ପାଇଁ ଅଫର ଦିଆଯାଇଥିଲା ।

ସମ୍ବନ୍ଧିତ ଖବର