ନୂଆ ଫିଲ୍ମର ସୁଟିଂ କରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ରୋହିତ ସେଟ୍ଟୀ

ମୁମ୍ବାଇ: ଆଗାମୀ ଫିଲ୍ମର ସୁଟିଂ କରୁଥିବା ବେଳେ ଦୁର୍ଘଟଣାର ଶିକାର ହେଲେ ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ ସେଟ୍ଟୀ। ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏବେ ତାଙ୍କର ୱେବ୍ ସିରିଜ୍ ଇଣ୍ଡିଆନ୍ ପୁଲିସ୍ ଫୋର୍ସର ସୁଟିଂ କରୁଛନ୍ତି। ଶୁକ୍ରବାର ରାତିରେ ୱେବ୍ ସିରିଜର ସୁଟିଂ ଚାଲିଥିବା ବେଳେ ଏକ ଆକ୍ସନ୍ ସିକ୍ୟୁଏନ୍ସ ସୁଟିଂ କରୁ କରୁ ରୋହିତ ଦୁର୍ଘଟଣାର ଶିକାର ହୋଇଥିଲେ। ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବା ବେଳେ ଏବେ ସେ ପୂର୍ବ ଅପେକ୍ଷା ଭଲ ଥିବା ତାଙ୍କ ଟିମ୍ ପକ୍ଷରୁ କୁହାଯାଇଛି।

ରୋହିତଙ୍କ ଟିମ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ, ଶୁକ୍ରବାର ସନ୍ଧ୍ୟାରେ ସେ ତାଙ୍କ ସିରିଜରେ ଥିବା ଏକ ଆକ୍ସନ୍ ସିକ୍ୟୁଏନ୍ସର ସୁଟିଂ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଆଘାତ ଲାଗିବା ପରେ ତୁରନ୍ତ ତାଙ୍କର ଚିକିତ୍ସା କରାଯାଇଥିଲା ଏବଂ କିଛି ସମୟ ପରେ ରୋହିତ ପୁଣି କାମ ଆରମ୍ଭ କରିଥିଲେ।

ୱେବ୍ ସିରିଜ୍ ଇଣ୍ଡିଆନ୍ ପୁଲିସ୍ ଫୋର୍ସରେ, ଅଭିନେତା ସିଦ୍ଧାର୍ଥ ମଲହୋତ୍ରା, ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ଅଭିନେତା ବିବେକ ଓବରଏ ନଜର ଆସିବେ। ଏହି ସିରିଜ୍ ଆମାଜନ ପ୍ରାଇମରେ ରିଲିଜ୍ ହେବ। କିଛି ଦିନ ପୂର୍ବରୁ ସିରିଜର ମୁଖ୍ୟ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ମଧ୍ୟ ସୁଟିଂ ସେଟରେ ଆହତ ହୋଇଥିଲେ। ତେବେ ତାଙ୍କର ଶୀଘ୍ର ଚିକିତ୍ସା କରାଯିବାରୁ ସେ ସୁସ୍ଥ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର