ଦକ୍ଷିଣ ଚଳଚ୍ଚିତ୍ର ଆସୁ କି ଓଟିଟି, ବଲିଉଡ କେବେ ବି ଶେଷ ହେବ ନାହିଁ: ରୋହିତ୍ ସେଟ୍ଟୀ

ମୁମ୍ବାଇ: ଦିନକୁ ଦିନ ବଲିଉଡ ଓ ସାଉଥ୍ ଇଣ୍ଡଷ୍ଟ୍ରି ମଧ୍ୟରେ ଦିବାଦ ବଢି ବଢି ଚାଲିଛି । ଜଣକ ପରେ ଜଣେ ସେଲିବ୍ରିଟି ନିଜର ବିବାଦୀୟ ମନ୍ତବ୍ୟ ରଖୁଛନ୍ତି । ବର୍ତ୍ତମାନ ବଲିଉଡର ଲୋକପ୍ରିୟ ନିର୍ଦ୍ଦେଶକ ରୋହିତ୍ ସେଟ୍ଟୀ ଏନେଇ ନିଜର ମନ୍ତବ୍ୟ ରଖିଛନ୍ତି । ଅଭିନେତା ରଣବୀର ସିଂଙ୍କ ସହ ବିଜ୍ଞାପନର ପ୍ରମୋସନ କରୁଥିବା ସମୟରେ ରୋହିତ ସେଟ୍ଟୀ କହିଛନ୍ତି ଯେ, ସାଉଥ୍ ଇଣ୍ଡଷ୍ଟ୍ରିର ବଢ଼ୁଥିବା ଲୋକପ୍ରିୟତାକୁ ଦେଖି ବଲିଉଡ ହଜିଯିବ ବୋଲି ଭାବିବା ଉଚିତ ନୁହେଁ।

ତାଙ୍କ କହିବା ମୁତାବକ, ବଲିଉଡ ଶେଷ ହେବା ଭଳି ଟ୍ରେଣ୍ଡ କେବେ ଆସିବ ନାହିଁ। ୮୦ ଦଶକରେ ଯେତେବେଳେ ବଜାରକୁ ଭିସିଆର ଆସିଥିଲା ସେତେବେଳେ ସିନେମା ହଲ୍ ବନ୍ଦହୋଇଯିବ ଲୋକେ ଲୋକେ କହୁଥିଲେ। ପୁଣି ଏବେ ଓଟିଟି ଆସିବା ପରେ ବହୁତ ଲୋକ କହିଥିଲେ ଯେ, ବଲିଉଡ ଶେଷ ହୋଇଯାଇଛି। ହେଲେ ସବୁ ପରେ ବିି ବଲିଉଡ ଆଗେଇ ଚାଲିଛି। ବଲିଉଡ କେବେ ବି ଶେଷ ହେବ ନାହିଁ ।

ରୋହିତ ଏହା ମଧ୍ୟ କହିଛନ୍ତି ଯେ, ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ ଏବେ ନୁହେଁ ୬୦ ଦଶକରୁ ହୋଇଆସୁଛି। ୫୦ ଏବଂ ୬୦ ଦଶକରେ ଆମେ ଶଶି କପୁରଙ୍କ ଫିଲ୍ମ ପ୍ୟାର୍ କିଏ ଜା ଦେଖିଥିଲୁ । ଏହା ଏକ ତାମିଲ ଚଳଚ୍ଚିତ୍ରର ହିନ୍ଦୀ ରିମେକ୍ ଥିଲା । ଏପରିକି ବରିଷ୍ଠ ଅଭିନେତା ଜିତେନ୍ଦ୍ରଙ୍କର ହିମତଓ୍ଵାଲା ଏବଂ ମୱାଲି ଦକ୍ଷିଣ ଚଳଚ୍ଚିତ୍ରର ରିମେକ୍ ଥିଲା । ଏହି ରିମେକର ଟ୍ରେଣ୍ଡ ନୂଆ ନୁହେଁ।

ସମ୍ବନ୍ଧିତ ଖବର