ମୁମ୍ବାଇ : ଚତୁର୍ଥ ପର୍ଯ୍ୟାୟ ମତଦାନରେ ଭୋଟ୍ ଦେଇ ନଥିବାରୁ ବଲିଉଡ୍ ଅଭିନେତା ଅକ୍ଷୟ କୁମାରଙ୍କ ନାଗରିକତା ଏବଂ ଦେଶଭକ୍ତିକୁ ନେଇ ଲୋକେ ପ୍ରଶ୍ନ ଉଠାଇବା ଆରମ୍ଭ କରି ଦେଇଥିଲେ । ଏ ନେଇ ଅକ୍ଷୟ କୁମାର ଟୁଇଟ୍ କରି ସଫେଇ ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ନେଇ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉ ନାହିଁ । ତେବେ ଚାଲୁଥିବା ବିବାଦକୁ ଦେଇ ଏବେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ନିଜର ବୟାନ ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ, ଅକ୍ଷୟ କୁମାର କାଲି ବି ଅକ୍ଷୟ କୁମାର ହିଁ ରହିବେ । ଏହା ହେଉଛି କେବଳ ୨-୩ଦିନର କଥା । ତା’ ପରେ ସବୁ ଚର୍ଚ୍ଚା ଏବଂ ବିବାଦ ବନ୍ଦ ହୋଇଯିବ ।
/sambad/media/post_attachments/wp-content/uploads/2019/05/rohitshetty-1557741433-300x225.jpg)
ସୂଚନା ମୁତାବକ, ନାଗରିକତାକୁ ନେଇ ଅକ୍ଷୟ କୁମାର ଟୁଇଟ୍ କରି ସଫେଇ ଦେଇଥିବା ବେଳେ ତାଙ୍କ ଟୁଇଟ୍ରୁ ଜଣେ ବ୍ୟବହାରକାରୀ ସେ ମିଛ କହୁଥିବା ନେଇ ପ୍ରମାଣ କରି ଥିଲେ । ପୁରୁଣା ଟୁଇଟ୍ର ସ୍କ୍ରିନ୍ସଟ୍ ନେଇ ବ୍ୟବହାରକାରୀଜଣଙ୍କ ସେୟାର କରିଥିଲେ । ଯେଉଁଥିରେ ୨୦୧୪ରେ ଅକ୍ଷୟ କୁମାର କାନାଡ଼ା ଯାଇଥିବା ନେଇ ସ୍ପଷ୍ଟ ହୋଇଥିଲା ।