ନୂଆ ବର୍ଷକୁ ଆଖିଆଗରେ ରଖି ଏକ ସୁନ୍ଦର ରୋମାଣ୍ଟିକ ଗୀତ ପ୍ରସ୍ତୁତ କରାଯାଇଛି ଯାହା ନା ରହିଛି ‘ହାଏରେ ମୋତେ ଇସ୍କ ହେଲାରେ’। ପ୍ରଥମ ଥର ପାଇଁ ଏହି ଗୀତରେ କଣ୍ଠଦାନ କରିଛନ୍ତି ଫୁଲବାଣୀ ମାଟିର ଝିଅ ଅଲିଭା ଦାସ ଓ ବୈଭବ। ଏ.ଜେ ମ୍ୟୁଜିକ୍‌ ନିବେଦିତ ଏହି ମ୍ୟୁଜିକ ଭିଡିଓରେ ବୈଭବ ନିଜେ ମଧ୍ୟ ସ୍ୱର ସଂଯୋଜନା କରିଛନ୍ତି। ଗୀତ ଲେଖିଛନ୍ତି ଶୁଭାଶିଷ ବାବୁ। ସେହିପରି ସଂଯୋଜନା କରିଛନ୍ତି ଦୁର୍ଗା।

Advertisment

ସବୁବେଳେ କିଛି ନୂଆ ନୂଆ ଗୀତ କରିବା ପାଇଁ ଚାହୁଥିବା ଏ.ଜେ ମ୍ୟୁଜିକର ସଦସ୍ୟମାନେ ଏହି ଗୀତକୁ ନେଇ ବହୁତ ଖୁସି ଅଛନ୍ତି। ବିଶେଷ କରି ବୈଭବ ଓ ଅଲିଭାଙ୍କ ଯାଦୁକରୀ କଣ୍ଠରେ ଏହି ଗୀତଟି ଶ୍ରୋତାଙ୍କ ଦ୍ବାରା ଆଦୃତ ହେବ ବୋଲି ଆଶା କରାଯାଇଛି। ନୂଆ କରି ଓଡ଼ିଆ ମ୍ୟୁଜିକ୍‌ ଦୁନିଆରେ ପାଦ ଦେଇଥିବା ଅଲିଭା କୁହନ୍ତି ଯେ, ସେ ପିଲାବେଳୁ ଗୀତ ଶିଖୁଛନ୍ତି ଆଉ ଏବେ ଷ୍ଟୁଡିଓରେ ଗାଇବା ପାଇଁ ସୁଯୋଗ ମିଳିଥିବାରୁ ବୈଭବଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ଏଥିସହିତ ସେ ବାପା ରଞ୍ଜିତ ଦାସ ଓ ମା’ ପ୍ରଭାତୀ ଦାସଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।