୨୫ବର୍ଷର ପୁରୁଣା ମାମଲାକୁ ନେଇ ଶ୍ରୀଦେବୀ ଓ ବୋନି କପୁରଙ୍କୁ କ୍ଷମା ମାଗିଲେ ସତିଶ୍‌

ମୁମ୍ବାଇ: ସ୍ୱର୍ଗତଃ ଅଭିନେତ୍ରୀ ଶ୍ରୀଦେବୀଙ୍କ ସିନେମା ‘ରୁପ କି ରାନି ଚୋରୋଁ କା ରାଜା’କୁ ଆଜି ୨୫ବର୍ଷ ପୂର୍ତ୍ତି ହୋଇଛି। ଏହି ସିନେମା ବଲିଉଡ୍‌ ହାଏବଜେଟ ସିନେମା ମଧ୍ୟରୁ ଗୋଟିଏ। ଏହା ବକ୍ସ ଅଫିସର ଚିତପଟାଙ୍ଗ ମାରିଥିଲା। ‘ରୁପ କି ରାନି ଚୋରୋଁ କା ରାଜା’ ସିନେମା ଜରିଆରେ ନିର୍ଦ୍ଦେଶକ ସତିଶ୍‌ କୌଶିକ ଡେବ୍ୟୁ କରିଥିଲେ। ତେବେ ସିନେମା ଫ୍ଲପ୍‌ ହୋଇଥିବା ନେଇ ସତିଶ୍‌ ୨୫ବର୍ଷ ପରେ ଶ୍ରୀଦେବୀ ଓ ବୋନି କପୁରଙ୍କୁ କ୍ଷମା ମାଗିଛନ୍ତି।

କୌଶିକ ସୋମବାର ଏକ ଟୁଇଟର କରି ସିନେମାର ପୋଷ୍ଟର ସେୟାର କରିଛନ୍ତି। ଯେଉଁଥିରେ ଅନିଲ କପୁର, ଶ୍ରୀଦେବୀ, ଜ୍ୟାକି ଶ୍ରଫ ଓ ଅନୁପମ ଖେର ଥିବା ନଜର ଆସୁଛନ୍ତି। ଫଟୋ ସହିତ ସତିଶ୍‌ କୌଶିକ ଲେଖିଛନ୍ତି, ୨୫ବର୍ଷ ପୂର୍ବେ ବକ୍ସ ଅଫିସରେ ଏହି ସିନେମା ଅସଫଳ ହୋଇଥିଲା। ଏହା ମୋର ପ୍ରଥମ ସନ୍ତାନ ଥିଲା ତେଣୁ ସର୍ବଦା ହୃଦୟ ପାଖରେ ରହିବ। ମ୍ୟାଡମ୍‌ ଶ୍ରୀଦେବୀଙ୍କୁ ମନେପକାଇ ବୋନି କପୁରଙ୍କୁ କ୍ଷମା ମାଗୁଛି, ଯିଏକି ମୋତେ ଏକ ସୁଯୋଗ ଦେଇଥିଲେ, କିନ୍ତୁ ମୁଁ ସଫଳ ସିନେମା ଦେଇ ପାରିଲି ନାହିଁ।

ସତିଶଙ୍କ ଏହି ଟୁଇଟ ପରେ ଅନୁପମ୍‌ ଖେର୍‌ ଓ ଅନିଲ କପୁରବି ଏହାକୁ ନେଇ ଟୁଇଟ କରି କହିଛନ୍ତି। ଏତେ ଶୀଘ୍ର ୨୫ବର୍ଷ କିପରି ବିତିଗଲା ତାହା ଜଣାପଡ଼ୁ ନାହିଁ। ଏହି ସିନେମା ସହିତ ଖୁବ୍‌ ସୁନ୍ଦର ସ୍ମୃତି ଯୋଡ଼ି ହୋଇ ରହିଛି। ଯାହା ସର୍ବଦା ହୃଦୟରେ ଜୀବିତ ରହିବ।

 

ସମ୍ବନ୍ଧିତ ଖବର