ବିଶ୍ୱର ୧୦୦ ଶକ୍ତିଶାଳୀ ମହିଳାଙ୍କ ତାଲିକାରେ ୪ ଭାରତୀୟଙ୍କୁ ସାମିଲ୍‌ କଲା ଫୋର୍ବସ୍‌ ପତ୍ରିକା

ନୂଆଦିଲ୍ଲୀ: ବାଇକନ୍‌ ଅଧ୍ୟକ୍ଷ କିରଣ ମଜୁମ୍‌ଦାର-ସ, ଏଚ୍‌ସିଏଲ୍‌ ଟେକ୍‌ ଉପାଧ୍ୟକ୍ଷ ରୋଶନି ନଦାର ମାଲହୋତ୍ରା, ଏଚ୍‌ଡି ମିଡିଆ ପରିଚାଳନା ନିର୍ଦ୍ଦେଶିକା ଶୋଭନା ଭାରତିଆ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାମ ବିଶ୍ୱର ୧୦୦ ଜଣ ଶକ୍ତିଶାଳୀ ମହିଳାଙ୍କ ନାମ ମଧ୍ୟରେ ଫୋର୍ବସ୍‌ ପତ୍ରିକା ତାଲିକାରେ ସ୍ଥାନିତ କରାଯାଇଛି। ୪ ଜଣ ଭାରତୀୟ ମହିଳାଙ୍କୁ ସ୍ଥାନିତ କରିଥିବା ଏହି ପତ୍ରିକାରେ ଶୀର୍ଷ ସ୍ଥାନରେ ଅଛନ୍ତି ଜର୍ମାନର ଚାନ୍‌ସେଲର୍‌ ଆଞ୍ଜେଲା ମାର୍କେଲ୍‌। ସେରେନା ଓ୍ଵିଲିୟମ୍‌ସ ଓ ମେଲିଣ୍ଡା ଗେଟ୍‌ସଙ୍କ ପରି ଅନ୍ୟମାନେ ବି ସ୍ଥାନ ପାଇଛନ୍ତି ଏହି ତାଲିକାରେ।

ତାଲିକାରେ ୫୧ ନମ୍ବର ର‍୍ୟାଙ୍କ୍‌ରେ ଅଛନ୍ତି ରୋଶନି ନଦାର ମାଲହୋତ୍ରା। ସେହିପରି ବାଇକନ୍‌ ଅଧ୍ୟକ୍ଷ କିରଣ ମଜୁମ୍‌ଦାର-ସ ୬୦ ନମ୍ବର ର‍୍ୟାଙ୍କ୍‌ରେ ଅଛନ୍ତି। ୮୮ ର‍୍ୟାଙ୍କ୍‌ରେ ଅଛନ୍ତି ଶୋଭନା ଭାରତିଆ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଅଛନ୍ତି ୯୪ ର‍୍ୟାଙ୍କ୍‌ରେ।

ଉଲ୍ଳେଖଯୋଗ୍ୟ, ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିକଟରେ ଆମେରିକୀୟ କଣ୍ଠଶିଳ୍ପୀ ନିକ୍‌ ଜୋନ୍‌ସଙ୍କୁ ବିବାହ କରିଛନ୍ତି। ପ୍ରିୟଙ୍କା ଉଭୟ ବଲିଉଡ୍‌ ଓ ହଲିଉଡ୍‌ର ଜଣେ ସଫଳ ଅଭିନେତ୍ରୀ।

ସମ୍ବନ୍ଧିତ ଖବର