‘ସୀତା’ ଚରିତ୍ରରେ ନଜର ଆସିବେ ଆଲିଆ ଭଟ୍ଟ

ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଆରଆରଆର ର ନିର୍ମାତାମାନେ ଫିଲ୍ମ ରିଲିଜକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି | ମାର୍ଚ୍ଚ ୧୫ ରେ ସକାଳ ୧୧ ଟାରେ ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ୍ ରିଲିଜ କରିବାକୁ ମେକର୍ସ ଘୋଷଣା କରିଛନ୍ତି । ନିର୍ମାତାମାନେ ସୂଚନା ଦେଇଛନ୍ତି ଯେ, ମାର୍ଚ୍ଚ ୧୫ ରେ ଆଲିଆ ଭଟ୍ଟ ତାଙ୍କ ଜନ୍ମଦିନ ପାଳନ କରିବେ | ଏହି ଅବସରରେ ଆଲିଆଙ୍କୁ ଚଳଚ୍ଚିତ୍ର ନିର୍ମାତାଙ୍କଠାରୁ ଏହି ବିଶେଷ ଉପହାର ଦିଆଯିବ | ‘ଆରଆରଆର’ ଚଳଚ୍ଚିତ୍ରର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରି ଲେଖାଯାଇଛି ଯେ, ‘ଆମର ସୀତାଙ୍କୁ ଭେଟନ୍ତୁ, ମାର୍ଚ୍ଚ ୧୫, ୧୧ଟା ରେ ଆଲିଆ ଭଟ୍ଟଙ୍କ ଫାଷ୍ଟ ଲୁକ୍ ପ୍ରକାଶ ପାଇବ’ |


କୁହାଯାଉଛି ଯେ, ଏହି ଚଳଚ୍ଚିତ୍ରରେ ଆଲିଆଙ୍କ ନାମ ସୀତା ରହିଛି | ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ଏବଂ ରାମ ଚରଣଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ | ଆରଆରଆର ଫିଲ୍ମରେ ଜୁନିଅର ଏନଟିଆର,ରାମ ଚରଣ, ଅଜୟ ଦେବଗନ, ଆଲିଆ ଭଟ୍ଟ ପ୍ରମୁଖ ଅଭିନୟ କରିଛନ୍ତି | ଏସ୍ ରାଜମୌଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ୧୩ ଅକ୍ଟୋବର ୨୦୨୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ | ଫିଲ୍ମର ରିଲିଜ୍ ତାରିଖ ଘୋଷଣା ପରେ ପ୍ରଶଂସକମାନେ ଫିଲ୍ମ ପାଇଁ ବହୁତ ଉତ୍ସାହିତ ଅଛନ୍ତି |

ସମ୍ବନ୍ଧିତ ଖବର