ଓସ୍କାର ଆୱାର୍ଡ ସମାରୋହକୁ ସିଧା‌ସଳଖ ଦେଖିବା ପାଇଁ ରାଜମୌଲି କେତେ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଜାଣନ୍ତୁ

ନୂଆଦିଲ୍ଲୀ : ଶ୍ରେଷ୍ଠ ଅରିଜିନାଲ ସଙ୍ଗ ପାଇଁ ନାଟୁ-ନାଟୁ ଗୀତ ନୋମିନେଟ ହୋଇଥିଲା । ଏସଏସ ରାଜମୌଲିଙ୍କ ସିନେମା ‘ଆରଆରଆର’ର ନାଟୁ ନାଟୁ ଗୀତକୁ ଓସ୍କାର ସମ୍ମାନ ମିଳିବା ପରେ ସବୁଆଡେ ଏକ ଉତ୍ସବର ମହଲ ଦେଖିବାକୁ ମିଳିଥିଲା।

ଓସ୍କାର ସମ୍ମାନରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ବଲିଉଡ ଏବଂ ହଲିଉଡ ତାରକାମାନେ ଏଥିରେ ଥିବା କଳାକାରଙ୍କୁ ଭୁରଭୁରି ପ୍ରଶଂସା କରିଥିଲେ  । ଏହି କ୍ରମରେ ଓସ୍କାର ବିଜେତା ଆରଆରଆର ଟିମ ଭାରତକୁ ଫେରି ଆସିଛନ୍ତି। ଏହି ଟିମକୁ ବିମାନବନ୍ଦରରେ ଭବ୍ୟ ସ୍ବାଗତ କରାଯାଇଥିଲା।

ତେବେ ଆପଣ ଜାଣିଛନ୍ତି ଏହି ଓସ୍କାର ଆୱାର୍ଡ ସମାରୋହରେ ଐତିହାସିକ ମୁହୂର୍ତ୍ତକୁ ସିଧାସଳଖ ଦେଖିପାଇଁ ରାଜମୌଲି ମୋଟା ଅଙ୍କର ରାଶି ଖର୍ଚ୍ଚ କରିଛନ୍ତି। ଇକୋନମିକ ଟ‌ାଇମ୍ସର ରିପୋର୍ଟ ଅନୁସାରେ, ଓସ୍କାର-୨୦୨୩ର ଗୋଟିଏ ଟିକେଟ ମୂଲ୍ୟ ୨୫ହଜାର ଡଲାର ରହିଥିଲା। ଏହାର ଭାରତୀୟ ମୁଦ୍ରା ହେଉଛି ୨୦ଲକ୍ଷ ୬୩ହଜାର ଟଙ୍କା। ଏହି ଆକଳନକୁ ଦେଖିବାକୁ ଗଲେ ରାଜମୌଲି ଓସ୍କାର ଟିକେଟ ପାଇଁ କୋଟିଏ ଟଙ୍କା ଖର୍ଚ୍ଚ କରିଛନ୍ତି। କାରଣ ଆୱାର୍ଡ‌ ସମାରୋହରେ  ତାଙ୍କ ସହିତ ସ୍ତ୍ରୀ, ଝିଅ ଓ ପୁଅର ସ୍ତ୍ରୀ, ରାମ ଚରଣ ଓ ରାମ ଚରଣଙ୍କ ସ୍ତ୍ରୀ ଏବଂ ଜୁନିୟର ଏନଟିଆର ସାମିଲ ହୋଇଥିଲେ।

ଆକାଡେମି ଆୱାର୍ଡର ଜଣେ କ୍ରୁ ସଦସ୍ୟ କହିଛନ୍ତି, ‘ କେବଳ ଆୱ‌ାର୍ଡ ପାଇବାକୁ ଥିବା ବ୍ୟକ୍ତିଙ୍କୁ ମାଗଣା ପାସ ମିଳିଥ‌ାଏ। ଅନ୍ୟମାନଙ୍କୁ ଆୱାର୍ଡ ସମାରୋହରେ ସାମିଲ ହେବାକୁ ହେଲେ ଟିକେଟ କିଣିବାକୁ ପଡ଼ିଥାଏ। ତେଣୁ ରାଜମୌଲି ନିଜେ ଏହି ସମସ୍ତ ଟିକେଟର ବ୍ୟବସ୍ଥା କରିଥିଲେ।

କାରଣ ପୁରା ଦଳ ଏହି ଐତିହାସିକ ମୁହୂର୍ତ୍ତକୁ ନିଜ ଆଖିରେ ଦେଖିବାକୁ ସୌଭାଗ୍ୟ ପାଆନ୍ତୁ ବୋଲି ରାଜମୌଲି କହିଥିଲେ। ଆଉ ଓସ୍କାର ଘୋଷଣା ପରେ ଆରଆରଆରର ପୁରା ଟିମ ଉତ୍ସାହିତ ହୋଇ ଭାବିହ୍ବଳ ହୋଇପଡ଼ିଥିଲେ। ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ।

ସମ୍ବନ୍ଧିତ ଖବର