ଜାଣନ୍ତୁ କିପରି ହୋଇଛି ‘ଆରଆରଆର୍’ ଚଳଚ୍ଚିତ୍ର

ହାଇଦ୍ରାବାଦ: ଶୁକ୍ରବାର ରିଲିଜ୍ ହୋଇଯାଇଛି ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ଆରଆରଆର୍’। ଏହି ଚଳଚ୍ଚିତ୍ରଟି କିପରି ହୋଇଛି ଆପଣମାନେ ନିହାତି ଜାଣିବାକୁ ଚାହୁଁଥିବେ। ଦେଶର ୫ ଜଣ ନାମୀ ଚଳଚ୍ଚିତ୍ର ସମାଲୋଚକ ଏହି ଚଳଚ୍ଚିତ୍ର ଦେଖି ସାରିବା ପରେ ନିଜ ନିଜର ମନ୍ତବ୍ୟ ଓ ରେଟିଂ ଦେଇଛନ୍ତି। ଏହି ଚଳଚ୍ଚିତ୍ର ବିଷୟରେ ସେମାନେ କଣ କହିଲେ ଚାଲନ୍ତୁ ଆମେ ଜାଣିବା…

ତରନ୍ ଆଦର୍ଶ- ତରନ୍ ଆଦର୍ଶ ‘ଆରଆରଆର୍’ ଚଳଚ୍ଚିତ୍ରକୁ ୫ରୁ ୪ ରେଟିଙ୍ଗ୍ ପଏଣ୍ଟ ଦେଇଛନ୍ତି। ଏହା ସହିତ ସେ କହିଛନ୍ତି, ଏସ୍.ଏସ୍. ରାଜାମୌଲି ପୁଣି ଥରେ ସଠିକ୍ ପ୍ରମାଣିତ ହୋଇଛନ୍ତି। ‘ଆରଆରଆର୍’ ଏକ ବଡ ହିଟ୍ ଚଳଚ୍ଚିତ୍ର ଯେଉଁଥିରେ ଆପଣଙ୍କୁ ଦେଶଭକ୍ତି ଓ ଭରପୂର ଇମୋସନ୍ (ଭାବନା) ଦେଖିବାକୁ ମିଳିବ। ଚଳଚ୍ଚିତ୍ରରେ ଦମ୍ ଅଛି ଯାହାଦ୍ଵାରା ‘ଆରଆରଆର୍’ ବ୍ଲକବଷ୍ଟର ସାବ୍ୟସ୍ତ ହେବ।

ସୁମିତ କଡେଲ୍- ସୁମିତ୍ କଡେଲ୍ ବି ‘ଆରଆରଆର୍’ ୫ରୁ ୪ ରେଟିଙ୍ଗ୍ ପଏଣ୍ଟ ଦେଇଛନ୍ତି। ସୁମିତ୍ କଡେଲ୍ କହିଛନ୍ତି, ଚଳଚ୍ଚିତ୍ରଟି ମାଇଣ୍ଡବ୍ଲଇଂ ଆକ୍ସନ୍ ଓ ଦେଶଭକ୍ତିରେ ଭରପୂର ଅଛି। ଚଳଚ୍ଚିତ୍ରଟି ଆର୍ଥିକ ଦୃଷ୍ଟିରୁ ବ୍ଲକବଷ୍ଟର। ଚଳଚ୍ଚିତ୍ରର ମଧ୍ୟାନ୍ତର ଓ ଶେଷଭାଗ ଦେଖିଲେ ଲୋମଟାଙ୍କୁରି ଯିବ।

ରମେଶ ବାଲା- ରମେଶ ବାଲାଙ୍କ ଅନୁସାରେ, ଏହି ଚଳଚ୍ଚିତ୍ର ଚାରି ଦିଗରୁ ମନୋରଞ୍ଜନକାରୀ। ଏସ୍.ଏସ୍. ରାଜାମୌଲି ପୁଣି ଥରେ ପ୍ରମାଣିତ କରିଛନ୍ତି ସେ କାହାଣୀକୁ ସଠିକ୍ ମାର୍ଗରେ ପରିଚାଳିତ କରିବାରେ ମାଷ୍ଟର୍। ଜୁନିୟର୍ ଏନ୍.ଟି.ଆର୍. ଓ ରାମଚରଣ ବହୁତ ବଢିଆ କାମ କରିଛନ୍ତି। ରମେଶ ବାଲା ‘ଆରଆରଆର୍’କୁ ୫ରୁ ୪ ରେଟିଙ୍ଗ୍ ପଏଣ୍ଟ ଦେଇଛନ୍ତି।

ମନୋବାଲା ବିଜୟବାଲନ୍- ନିଜ ରିଭ୍ୟୁରେ ମନୋବାଲା ବିଜୟବାଲନ୍ କହିଛନ୍ତି, ରାଜାମୌଲି ଦେଶଭକ୍ତି ଚଳଚ୍ଚିତ୍ର ତିଆରି କରିଛନ୍ତି ଯେଉଁଥିରେ ଆକ୍ସନ୍ ଓ ଇମୋସନ୍ ଭରପୂର ଅଛି। ଜୁନିୟର୍ ଏନ୍.ଟି.ଆର୍. ଓ ରାମଚରଣ ବହୁତ ବଢିଆ କାମ କରିଛନ୍ତି, ଏହା ସହିତ ଅଜୟ ଦେବଗନ ଓ ଆଲିଆ ଭଟ୍ଟ ବି ନିଜ ଚରିତ୍ର ସହ ନ୍ୟାୟ କରିଛନ୍ତି। ମନୋବାଲା ବି ୫ରୁ ୪ ରେଟିଙ୍ଗ୍ ପଏଣ୍ଟ ଦେଇଛନ୍ତି।

ଉମୈର ସାନ୍ଧୁ- ଚଳଚ୍ଚିତ୍ର ସମାଲୋଚକ ଉମୈର ସାନ୍ଧୁଙ୍କ ଅନୁଯାୟୀ ‘ଆରଆରଆର୍’ ଆପଣଙ୍କୁ ଗର୍ବିତ କରିବ ଯେ ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ବଡ ସ୍ଵପ୍ନ ଦେଖି ତାକୁ ପୂରା କରିବାକୁ ସାହସ କରିଛନ୍ତି। ଜୁନିୟର୍ ଏନ୍.ଟି.ଆର୍. ଓ ରାମଚରଣଙ୍କ ସଂଯୋଗ ଗଜବ। ଚଳଚ୍ଚିତ୍ରର ସରପ୍ରାଇଜ୍ ପ୍ୟାକେଜ୍ ଅଜୟ ଦେବଗନ।

ସମ୍ବନ୍ଧିତ ଖବର